logo
logo
add image
news image

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀ ପାସ୍, ଦ୍ୱାଦଶ ଶ୍ରେଣୀ ଛାଚ୍ରଛାତ୍ରୀଙ୍କୁ ମଧ୍ୟ ସର୍ତ୍ତମୂଳକ ଭାବେ କରାଯିବ ପାସ୍

କୋରୋନା ମୁକାବିଲାର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଏକ ଗୁରୁତ୍ନପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କୋରୋନା ପ୍ରଭାବରେ ପାଠପଢା ବାଧାପ୍ରାପ୍ତ ହୋଇଥିବାରୁ, ସମସ୍ତ ବିଷୟକୁ ନଜରରେ ରଖି ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଛନ୍ତି । ଏଥିସହ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ଛାଚ୍ରଛାତ୍ରୀଙ୍କୁ ମଧ୍ୟ ସର୍ତ୍ତମୂଳକ ଭାବେ ପାସ୍ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ କରାଯାଇଛି । ସେହିପରି ନବମରୁ ଦଶମ ଶ୍ରେଣୀକୁ ପାସ୍ ହେବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି । ଏହି ସର୍ତ୍ତାନୁସାରେ, ଯେଉଁ ବିଷୟର ପରୀକ୍ଷା ସରିଛି ତାହାର ମାର୍କ ପ୍ରଦାନ କରାଯିବ। ଯେଉଁ ବିଷୟର ପରୀକ୍ଷା ହୋଇନାହିଁ ସେହି ବିଷୟରେ ପୂର୍ବ ପରୀକ୍ଷା ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇ ପାସ୍ କରାଯିବ । ଯଦି କେହି ଛାତ୍ରଛାତ୍ରୀ ଅର୍ଧବାର୍ଷିକ ପରୀକ୍ଷା ଦେଇନଥିବେ ତେବେ ଏକକ ପରୀକ୍ଷା ଆଧାରରେ ସେମାନଙ୍କୁ ନମ୍ବର ଦିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖାଯିବ ।

ସେପଟେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅର୍ଧବାର୍ଷିକ ଓ ଅନ୍ୟ ପରୀକ୍ଷାକୁ ଆଧାର କରି ସେମାନଙ୍କୁ ପାସ୍ କରାଯିବ । ଯଦି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଏହି ପରୀକ୍ଷା ଦେଇନଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ଏହି ପରୀକ୍ଷା ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ କରାଯିବ ବୋଲି ଜଣାପଡିଛି ।

footer
Top