logo
logo
add image
news image

ତୃତୀୟ ପର୍ଯ୍ୟାୟରେ କୃଷି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା, ମହୁ ଚାଷ ପାଇଁ ୫୦୦କୋଟି ସମେତ କୃଷି କ୍ଲଷ୍ଟର ପାଇଁ ୧୦ହଜାର କୋଟି ଟଙ୍କା ଘୋଷଣା କଲେ ଅର୍ଥମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମ ନିର୍ଭରଶୀଳ ପ୍ୟାକେଜ ଘୋଷଣାର ତୃତୀୟ ପର୍ଯ୍ୟାୟରେ କୃଷି ପାଇଁ ଶୁକ୍ରବାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷିର ଭିତ୍ତିଭୂମି ଏବଂ କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ୧ ଲକ୍ଷ କୋଟି ବିନିଯୋଗ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ।

ଏଥିସହ ମହୁ ଚାଷ ପାଇଁ ୫୦୦ କୋଟି ଘୋଷଣା ସମେତ କୃଷି କ୍ଲଷ୍ଟର ପାଇଁ ୧୦ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି ସୀତାରମଣ । ଲୋକାଲ ସାମଗ୍ରୀକୁ ଗ୍ଲୋବାଲ କରିବାକୁ ଏହି ଅର୍ଥ ଖର୍ଚ୍ଚ କରାଯିବ । ଅର୍ଥାତ, ତେଲେଙ୍ଗାନାରେ ହଳଦୀ, ଆନ୍ଧ୍ରରେ ଲଙ୍କା, କାଶ୍ମୀରରେ କେସର, କର୍ଣ୍ଣାଟକରେ ରାଗିକୁ ନେଇ କ୍ଲଷ୍ଟର ହେବ । ତେବେ ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଦିଆଯାଇଥିବା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

footer
Top