logo
logo
add image
news image

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ବୈଠକ : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଶୁୁୁୁୁୁୁକ୍ରବାର ବସିଥିବା ବାତ୍ୟା ମୁକାବିଲା ବୈଠକରେ  ଉତ୍ତର ଉପକୂଳ ଓଡ଼ିଶା ବାତ୍ୟାରେ ପ୍ରଭାବିତ ହେବ ବୋଲି ସ୍ଫଷ୍ଟ କରିଦେଇଛନ୍ତି ଏସଆରସି । ଉପକୂଳରେ 19ରୁ ବର୍ଷା ଓ 60 ରୁ 70 କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବା ବେଳେ ସ୍ଥଳବିଶେଷରେ ଏହା ସର୍ବାଧକ 95 କିମି ଯାଏ ହୋଇପାରେ । ତେଣୁ ବୈଠକରେ ଯୋଗଦେଇଥିବା ସମସ୍ତ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଏଥିସହ ଖାସକରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲାପାଳଙ୍କୁ ଜିଲାପାଳଙ୍କୁ ସତର୍କ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ଦୁଇ ଜଣ ଲେଖା ଶିକ୍ଷକ ପ୍ରତି ସାଇକ୍ଲୋନ ସେଣ୍ଟର ଦାୟିତ୍ୱରେ ରହିବେ ଏବଂ ବାତ୍ୟାର ସ୍ଥିତି ଜାଣିବା ପରେ ଲୋକାଙ୍କୁ ସ୍ଥାନାନ୍ତରଣ କରାଯିବ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ବୈଠକରେ ମିଳିଥିବା ସୂଚନା ଅନୁସାରେ ମସ୍ୟଜୀବୀମାନେ ରବିବାର ସୁଦ୍ଧା ସମୁଦ୍ର ରୁ ଫେରିବେ । ସେପଟେ କୃଷି ବିଭାଗ ସମେତ ଜଳସମ୍ପଦ ବିଭାଗ ପଞ୍ଚାୟତିରାଜ ବିଭାଗ ସଜାଗ ରହିବାକୁ କୁହାଯାଇଛି । ଏଥିସହ ସମୁଦ୍ର କୂଳରୁ 3 କିମି ମଧ୍ୟରେ ଯିଏ ଅଛନ୍ତି ତାଙ୍କର କୋଭିଡ଼ ଟେଷ୍ଟ କରି ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି । 

footer
Top