logo
logo
add image
news image

ଏଣିକି ବିନା ମାସ୍କରେ ଘରୁ ପଦାକୁ ମନା, ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ବାହାରକୁ ଯାଉଥୁଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ଆସନ୍ତାକାଲିଠାରୁ ଅର୍ଥାତ ୯ ତାରିଖ ଗୁରୁବାର ସକାଳୁ  ଏହି ନିୟମ ମାନିବାକୁ ନେଇ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନେ ଏହି ନିୟମକୁ ସୂଚାର ରୂପରେ କାର୍ଯ୍ୟକାରୀ କରାଇବା ଉପରେ ନଜର  ଦେବେ । ହଁ, ଯଦି ଆପଣଙ୍କ ପାଖରେ ମାସ୍କ ନାହିଁ ତେବେ ରୁମାଲ, ଗାମୁଛା, ଓଢଣି କିମ୍ବା ସ୍କାର୍ଫକୁ ମୁହଁରେ ବାନ୍ଧିବା ପାଇଁ ବ୍ୟବହାର କରିପାରିବେ । ସେପଟେ ଗଞ୍ଜାମରେ ଏହି ନିୟମ ଉଲଘଂନ କଲେ ସହରାଞ୍ଚଳରେ ୧୦୦୦ ଟଙ୍କା ଫାଇନ ଏବଂ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଫାଇନ୍ ପଡିବ ବୋଲି ଗଞ୍ଜାମ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

footer
Top