logo
logo
add image
news image

କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ ନିଷ୍ପତି, ସବୁ ଲୋକଙ୍କର କରାଯିବ ସ୍ୱାସ୍ଥ୍ୟ ପରୀକ୍ଷା

ମହାମାରୀ କୋରୋନାର ଦୃଢ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ ଳ ବିଜୟ ଅମୃତ କୁଲାଙ୍ଗେ ବଡ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏହିପରି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ତିନି ଦିନ ମଧ୍ୟରେ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରତି ରାଜସ୍ୱ ଗ୍ରାମ ପାଇଁ ୫ ଜଣିଆ ଟିମ ଗଠନ କରାଯିବ । ଏହି ଟିମ ରେ ଆଶା, ଅଙ୍ଗନବାଡି କର୍ମୀ, ଜିଆରଏସ, ଶିକ୍ଷକ ଓ ସ୍ୱାସ୍ଥ୍ୟ ସୁପର ଭାଇଜର ରହିବେ | ଏହି ଟିମ ପ୍ରତି ଘର ବୁଲି ସେମାନଙ୍କ ନାମ, ଠିକଣା ଓ ଯଦି କାହାର ଲକ୍ଷଣ ରହିଛି ଏକ ଫର୍ମରେ ଉଲ୍ଲେଖ କରିବେ ।  ଆଉ ଯଦି ଏହି ଟିମ ଅନୁଭବ କରିବେ ଯେ କାହାର ଶରୀରରେ ଲକ୍ଷଣ ପ୍ରକାଶ ପାଇଛି ତେବେ ଜିଲ୍ଲା କଣ୍ଟ୍ରୋଲ ରୁମକୁ ଜଣାଇବେ । ଏହା ପରେ ତାଙ୍କର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ  । 

ଏହି ସବୁ କାମ ଉପରେ ବ୍ଲକ ସ୍ତରରେ ବିଡ଼ିଓ, ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଏସବୁ ପ୍ରତି ନଜର ରଖିବେ । ଆସନ୍ତାକାଲି(ଗୁରୁବାର)ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ତିନି ଦିନ ମଧ୍ୟରେ ସରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

footer
Top