logo
logo
add image
news image

କୋରୋନା ମୁକାବିଲା : ଗରିବ ଓ ଠିକା ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କର ବଡ ଘୋଷଣା, ୩ ମାସ ପାଇଁ ୨ ଟଙ୍କାରେ ଗହମ ଏବଂ ୩ ଟଙ୍କାରେ ପାଇବେ ଚାଉଳ

କୋରନାର ଭୟବହତା ଏବଂ ଚିନ୍ତାରେ ଥିବା ଦେଶର ଗରିବ ଓ ଠିକା ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ବୁଧବାର ବଡ ଘୋଷଣା କରିଛନ୍ତି। ଆସନ୍ତା ୩ ମାସ ପାଇଁ ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଓ ଠିକା ଶ୍ରମିକଙ୍କୁ ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଓ ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କାରେ ଯୋଗାଇଦିଆଯିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡ଼େକର ସୂଚନା ଦେଇଛନ୍ତି ।

 

ଏଥିପାଇଁ କେନ୍ଦ୍ର ସରକାର ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଖର୍ଚ୍ଚ କରିବେ ଓ ରାଜ୍ୟମାନଙ୍କୁ ଅଗ୍ରୀମ ଆକାରରେ ଏହା ଦିଆଯିବ ବୋଲି ସେ କହିଛନ୍ତି । ଏଥିସହ ସମସ୍ତ ଅତ୍ୟାବଶ୍ୟକ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଉପଲବ୍ଧ ରହିବ, ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡ଼େକର ସୂଚନା ଦେଇଛନ୍ତି ।

footer
Top