logo
logo
add image
news image

ରେଳ ସେବା ଉପରେ କୋରୋନା ଭାଇରସ୍ ପ୍ରଭାବ : ଯାତ୍ରୀଙ୍କ ମାତ୍ରାଧିକ ଟିକେଟ୍ କ୍ୟାନସଲେସନ୍ ଯୋଗୁଁ ଶହେରୁ ଅଧିକ ଟ୍ରେନ ବାତିଲ କଲା ରେଳ ବିଭାଗ

କୋରୋନା ଭାଇରସ ଭୟରେ ଲୋକମାନେ ଟ୍ରେନ ଯାତ୍ରା କରିବା ପାଇଁ ଚାହୁଁନଥିବା ଜଣାପଡିଛି । କାରଣ ଗତ କିଛିଦିନ ମଧ୍ୟରେ ଭାରତୀୟ ରେଳବାଇର ପ୍ରାୟ ୮୦ ପ୍ରତିଶତ ଟିକେଟ ବାତିଲ କରିଛନ୍ତି ଯାତ୍ରୀ । ଯାହାକୁ ନେଇ ଭାରତୀୟ ରେଳବାଇ ଶତାଧିକ ଟ୍ରେନକୁ ବାତିଲ କରିଛି । ଏହି ସମସ୍ତ ଟ୍ରେନ ମାର୍ଚ୍ଚ ୨୦ତାରିଖରୁ ୩୧ ତାରିଖ ମଧ୍ୟରେ ଚଳା ଚଳ କରିବାର ଥିଲା ହେଲେ ଯାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଓ ଟିକେଟ ଅଧିକ କ୍ୟାନସେଲ ହେଉଥିବାରୁ ଏହି ସବୁ ଟ୍ରେନକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ରେଳ ବିଭାଗ । ବର୍ତ୍ତମାନ ସୁଦ୍ଧା ୧୬୮ଟି ଟ୍ରେନ ବାତିଲ ହୋଇସାରିଥିବା ନେଇ ରେଳବାଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

footer
Top