logo
logo
add image
news image

ଆଜିର ରାଶିଫଳ - ୧୩ ମାର୍ଚ୍ଚ ଶୁକ୍ରବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ - ୧୩ ମାର୍ଚ୍ଚ ଶୁକ୍ରବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ - ଆଜି ଆପଣଙ୍କ ଖୁସି ଉପରେ କାହାର ନଜର ଲାଗିପାରେ । ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ । ନଚେତ୍ ଅଯଥା କଳହକୁ ଡାକିବେ ।

ବୃଷ - ଆଜି କିଛି ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଲୋକେ ସାହାଯ୍ୟ ସହଯୋଗର ହାତ ବଢାଇବେ । ପରିବାର ଲୋକଙ୍କ ସହିତ ସମୟ ବିତାଇବେ ।

ମିଥୁନ - ସଠିକ୍ ନିଷ୍ପତି ଆଗକୁ ବଢାଇବ । ପରିଶ୍ରମର ଫଳ ଶୀଘ୍ର ମିଳିବ । ବ୍ୟବସାୟ କାମରେ ବାହାରକୁ ଯାତ୍ରା କରିପାରନ୍ତି । ନୂଆ ଯୋଜନା କରିବେ ।

କର୍କଟ - ମନରେ ଆତ୍ମବିଶ୍ୱାସ ଭରି ରହିବ । ସକରାତ୍ମକ ମନ୍ତବ୍ୟ ଦେଇ ଅନ୍ୟକୁ ପ୍ରଭାବିତ କରିବେ । ଅଫିସରେ ଆପଣଙ୍କ ସ୍ଥିତି ମଜବୁତ୍ ରହିବ ।

ସିଂହ - ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିପାରନ୍ତି । ଅଫିସରେ ନିଜ କାମକୁ ଭଲରେ କରିବେ । ଘରକୁ ନୂତନ ଉପକରଣ କିଣି ଆଣିପାରନ୍ତି ।

କନ୍ୟା - ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ପରିବାର ସହିତ ଖୁସିରେ ସମୟ ବିତାଇବେ ।  ଅଫିସ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

ତୁଳା  - ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବ୍ୟବସାୟରେ ବାଧା ଆସିବ । ଆୟ ଠାରୁ ବ୍ୟୟ  ଅଧିକ ହେବ ।

ବିଚ୍ଛା - ନିଜ ନିଷ୍ପତିରେ ଅଧିକ ଲାଭ ମିଳିବ । ଅଫିସ ସମସ୍ୟର ସମାଧାନ ହୋଇଯିବ । ପ୍ରେମ ସାଗରରେ ବୁଡ ପକାଇବେ ।

ଧନୁ - ଦିନଟି ଭଲରେ କଟିବ । କେହି ବିରୋଧି ହଇରାଣରେ ପକାଇ ପାରନ୍ତି । ବ୍ୟବସାୟରେ ପ୍ରଚାର ପ୍ରସାର ଦିଗରେ କାମ କରିବେ ।

ମକର - ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଅଫିସରେ ପ୍ରଶଂସାର ପାତ୍ର ହେବେ । ପାରିବାରିକ ଜୀବନ ସୁଖମୟ ହେବ ।

କୁମ୍ଭ- ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ । ଶତୃ ମିତ୍ରତାରୁ ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ସଫଳତା ମିଳିବ ।  

ମୀନ - ପୂଜାର୍ଚ୍ଚନାରେ ସମୟ କଟିବ । ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ । ମନରେ କିଛି ନୂଆ ଆଶା ଉତ୍ପନ ହେବ । ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ । 

footer
Top