logo
logo
add image
news image

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଋଣ ସୁଧହାର ୧୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ, ଗୃହ ଓ ଯାନବାହାନ ଋଣ ଶସ୍ତା ହେବା ସମ୍ଭାବନା

ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଋଣ ସୁଧହାର ୧୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛି । ଫଳରେ ଗୃହ ଓ ଯାନବାହାନ ଋଣ ଶସ୍ତା ହେବାର ସମ୍ଭାବନା ରହିଛି । ବୁଧବାରଦିନ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବ୍ୟାଙ୍କ ବିଭିନ୍ନ ମିଆଦ ପାଇଁ ନିଜର ସର୍ବନିମ୍ନ ଋଣସୁଧହାର ଏମସିଏଲଆର ୧୫ ବେସିସ ପଏଣ୍ଟ ବା ୦.୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏକ ବର୍ଷର ଏମସିଏଲଆର ୧୦ ବେସିସ ପଏଣ୍ଟ ହ୍ରାସ ପାଇ ୭.୭୫ ପ୍ରତିଶତକୁ କମିଯାଇଛି । ଏହା ଫଳରେ ଗୃହଋଣ ସମେତ ଅନ୍ୟ ଋଣ ସୁଧହାର କମିବ । ଏହି ନୂତନ ହାର ମାର୍ଚ୍ଚ ୧୦ରୁ ଲାଗୁ ହେବ । 

ଚଳିତ ଆର୍ଥକ ବର୍ଷରେ ଷ୍ଟେଟ ବ୍ୟାଙ୍କର ଏହା ୧୦ ମ ସୁଧହାର ହ୍ରାସ । ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସବୁ ସଂଚୟ ଜମା ଖାତାରେ ଦିଆଯାଉଥିବା ସୁଧହାରକୁ ୩ ପ୍ରତିଶତକୁ ହ୍ରାସ କରାଯାଇଛି ।

footer
Top