ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ଏକ ନୂଆ ମୋଡ ! ଫାଶୀ ଦଣ୍ଡ ପାଇଥିବା ୪ ଦୋଷୀଙ୍କ ମଧ୍ୟରୁ ବିନୟ ଶର୍ମା ସୋମବାର ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ମୃତ୍ୟୁଦଣ୍ଡକୁ ପରିବର୍ତ୍ତନ କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଓକିଲ ଏପି ସିଂହଙ୍କ ମାଧ୍ୟମରେ ଅନୁରୋଧ କରିଛି ବିନୟ ଶର୍ମା । ଓକିଲ ଏପି ସିଂହ ଧାରା ୪୩୨ ଏବଂ ୪୩୩ ଅନୁଯାୟୀ ମୃତ୍ୟୁଦଣ୍ଡ ସ୍ଥଗିତ ରଖିବାକୁ ବିନୟ ପକ୍ଷରୁ ଆବେଦନ କରିଛନ୍ତି।
ବିନୟ ଶର୍ମା ତା ଆବେଦନରେ ଦର୍ଶାଇଛି ଯେ ସେ ମୃତ୍ୟୁଦଣ୍ଡ ପାଇବାକୁ ଯୋଗ୍ୟ ନୁହେଁ ଯାହା ‘ବିରଳ ମାମଲା’ କ୍ଷେତ୍ରରେ ଦିଆଯାଇଥାଏ। ତେଣୁ ତାକୁ ପରିବର୍ତ୍ତନ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ସେ ବିନୟ ଆହୁରି ମଧ୍ୟ କହିଛି ଯେ ଜେଲରେ ଥିବା ସମୟରେ ତାର କାର୍ଯ୍ୟକଳାପ, ବୟସ, ଦୁର୍ବଳ ସାମାଜିକ ଅର୍ଥନୈତିକ ପରିସ୍ଥିତିକୁ ବିଚାର କରି ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ ।