logo
logo
add image
news image

ସମ୍ବଲପୁର ମଣ୍ତଳ କାରାଗାର ଭିତରେ କଏଦୀଙ୍କୁ ପଶୁ ପରି ମାରିଲେ ଜେଲ୍ କର୍ମଚାରୀ ! କଏଦୀ ଗରୁତର, ଜେଲର୍ କହିଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ

ଜେଲ ଭିତରେ କଏଦୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଜେଲ କର୍ମଚାରୀ । କିଛି ଏମିତି ଅଭିଯୋଗ ଆସିଛି ସମ୍ବଲପୁର ମଣ୍ତଳ କାରାଗାର । ହାତ ଭାଙ୍ଗିଯିବା ସହ ପିଠିରେ ମାଡ ମାରିଥିବା ଚିହ୍ନ ରହିଛି । କଏଦୀ ଅବିନାଶ ବେହେରାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି ବୋଲି ଜେଲର୍ କହିଛନ୍ତି । 

ସୂଚନା ଅନସାରେ ସମ୍ବଲପୁର ମଣ୍ତଳ କାରାଗାରର ଏହି କଏଦୀ ଅବିନାଶ ବେହେରା ଦୀର୍ଘ ବର୍ଷ ହେବ ଏକ ହତ୍ୟା ମାମଲାରେ ଜେଲରେ ଅଛନ୍ତି । ତେଵେ ଗତକାଲି କୌଣସି କାରଣ ଯୋଗୁଁ ଜେଲ ଓ୍ଵାଡର୍ ସୃତିରଞ୍ଜନ ନାୟକ ଅବିନାଶଙ୍କୁ ନିର୍ଧୃମ ମାଡ ମାରିଥିଲେ । ଫଳରେ ସେ ଘଟଣା ସ୍ଥଳରେ ଚେତା ଶୂନ୍ୟ ହୋଇ ପଡିଥିଲେ । ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । 

footer
Top