logo
logo
add image
news image

ଭଦ୍ରକ ସିମୁଳିଆସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦାରୁ ଚିହ୍ନଟ, ଅକ୍ଷୟତୃତୀୟା ଦିନ ଦାରୁ ଛେଦନ ଲାଗି ଦିନ ଧାର୍ଯ୍ୟ

ଭଦ୍ରକ ଜିଲ୍ଲା ଅଣ୍ଡରାଇ, ସିମୁଳିଆ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଅଞ୍ଚଳରୁ ଦାରୁ ଚିହ୍ନଟ କରାଯାଇଛି।  ସର୍ବ ପ୍ରଥମେ ଅଗ୍ରଜ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କର ଦାରୁ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ବାସଭବନ ନିକଟରୁ ଚିହ୍ନଟ ହୋଇଥିବା ବେଳେ, ମା ସୁଭଦ୍ରାଙ୍କ ଦାରୁ ବ୍ରାହ୍ମଣିଗାଁ ସ୍ଥିତ ମହାଦେବ ଙ୍କ ପୋଖରୀ ର ପଶ୍ଚିମ ପାର୍ଶ୍ବରେ ବନମାଳୀ ପଣ୍ଡାଙ୍କ ଦାଣ୍ଡ ଦୁଆରେ ଠାବ କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ବ୍ରାହ୍ମଣିଗାଁ ପଞ୍ଚାୟତ ଅଧିନସ୍ଥ ଚଣ୍ଡିଆ ଗ୍ରାମର ଭାଗିରଥି ଦାସଙ୍କ ବାଡ଼ି ରେ ଚିହ୍ନଟ କରାଯାଇଅଛି।

ସମସ୍ତ ଦାରୁ ବୃକ୍ଷ ମାନଙ୍କରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଚିହ୍ନ ସ୍ବରୂପ ଆକାର ଦେଖା ଦେଇଥିବା ବେଳେ ଅନ୍ୟାନ୍ୟ ଦିବ୍ୟ ଲକ୍ଷଣ ମାନ ପ୍ରକାଶ ପାଇଥିଲା ବୋଲି ପୁରୀ ଆସିଥିବା ବାଡ଼ଗ୍ରାହୀ ମହାରଣା ଓ ଦଇତାପତି ସେବକଙ୍କର ମତ ଓ ଅନୁଭୂତି ପ୍ରକାଶ କରିଥିଲେ। ଏହି ସମସ୍ତ କାର୍ଯ୍ୟ ମାନ୍ୟବର ମନ୍ତ୍ରୀଙ୍କ ତତ୍ୱବାଧାନରେ ହେଉଥିବା ବେଳେ ମନ୍ଦିର ନିର୍ମାଣ ର ଉଦ୍ୟୋକ୍ତା ଇଂ ଶୁଭେନ୍ଦୁ ସାମଲ ଓ ମନ୍ଦିର ନିର୍ମାଣ ର ଅନ୍ୟ କର୍ମକର୍ତ୍ତା, ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ବହୁ ଭକ୍ତ ମାନଙ୍କର ପୂର୍ଣ୍ଣ ସହଯୋଗରେ ଏହା ସମ୍ପର୍ଣ୍ଣ କରାଯାଇଅଛି।

ଆସନ୍ତା ପବିତ୍ର ଅକ୍ଷୟତୃତୀୟା ଦିନ ଦାରୁ ଛେଦନ ଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆସନ୍ତା ବର୍ଷ ମାଘ ସପ୍ତମୀ ତିଥିରେ ମହାପ୍ରଭୁଙ୍କ ର ଏହି ଦିବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଦିନ ସ୍ଥିର କରାଯାଇଅଛି।

footer
Top