logo
logo
add image
news image

ହେଲମେଟ୍‌ ପିନ୍ଧି ନଥିଲେ କିମ୍ବା ସିଟ୍‌ ବେଲ୍ଟ ବାନ୍ଧି ନଥିଲେ ମିଳିବନି ପେଟ୍ରୋଲ, ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ପରେ ସବୁ ପେଟ୍ରୋଲ ପମ୍ପରେ ନିୟମ ଲାଗୁ

ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନଥିଲେ ଏବଂ କାର୍‌ ଚାଳକ ସିଟ୍‌ ବେଲ୍ଟ ବାନ୍ଧି ନଥିଲେ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ । ଗାଡ଼ି ଚାଳକଙ୍କୁ ସଚେତନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ତେଣୁ ନିୟମ ଖିଲାପକାରୀଙ୍କୁ ତେଲ ଦେବାକୁ ସଫା ସଫା ମନା କରି ଦେଉଛନ୍ତି ପେଟ୍ରୋଲ ପମ୍ପ୍‌ କର୍ମଚାରୀ। 

ମୋଟର ଯାନ ଆଇନ ଅନୁସାରେ କିଛି ହେଲମେଟ୍‌ ପିନ୍ଧବା ସହ କାର୍‌ ଚାଳକ ସିଟ୍‌ ବେଲ୍ଟ ବାନ୍ଧିଥିବା ବେଳେ ଆଉ କିଛି ଲୋକ ଏହାକୁ ବେଖାତିର କରି ମାନୁ ନାହାନ୍ତି। ତେଣୁ ସେମାନଙ୍କଠାରୁ ଫାଇନ ଆଦାୟ କରିବାକୁ ଜିଲ୍ଲା ଯୋଗାଣ ବିଭାଗ ନିଷ୍ପତ୍ତି ନେଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଗାଡ଼ି ଚାଳକଙ୍କ ପାଖକୁ ଇ-ଚାଲାଣ ପଠାଯିବ ବୋଲି ପ୍ରଶାସନ କହିଛି।

footer
Top