ONL BUREAU : ଫେବୃଆରୀ ୧୬ ତାରିଖ ଦିନ ଦିଲ୍ଲୀ ରାମଲିଳା ମୈଦାନରେ କେଜରିୱାଲଙ୍କ ନୂଆ ସରକାର ଶପଥ ପାଠ କରିବେ। ତେବେ ବଡ କଥା ହେଉଛି ଦିଲ୍ଲୀ ରାଜ୍ୟ ସରକାରଙ୍କ ଶପଥପାଠ ଉତ୍ସବରେ କୌଣସି ବଡ ନେତାଙ୍କୁ ଆମନ୍ତ୍ରଣ କରାଯାଉ ନାହିଁ। ତେବେ ଅରବିନ୍ଦ କେଜରିୱାଲଙ୍କ ବିଜୟପରେ ଚର୍ଚ୍ଚାକୁ ଆସିଥିବା ‘ବେବି ମଫଲର ମ୍ୟାନ୍’ ଏହି ଶପଥ ଗ୍ରହଣ ଉତ୍ସବର ଅତିଥି ହେଉଥିବା ଜଣାପଡିଛି।
ଆମ ଆଦମୀ ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ଲେଖାଯାଇଛି ‘ଆନାନଉନ୍ସମେଣ୍ଟ: ବେବି ମଫଲର ମ୍ୟାନଙ୍କୁ ଆମନ୍ତ୍ରଣ କରାଗଲା’, ପ୍ରସ୍ତୁତ ହୋଇ ଯାଅ ଜୁନିଅର। ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା ଦିନ ଏକ ଛୋଟ ଶିଶୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଜୁନିଅର କେଜରିୱାଲ ଭାବେ ପ୍ରଖ୍ୟାତ ହୋଇଥିବା ଶିଶୁଟି ସେ ଦିନ ଅରବିନ୍ଦ କେଜରିୱାଲଙ୍କ ଲୁକ୍ ରେ ଦେଖାଯାଇଥିଲା। ଯେଉଁଥିରେ ଲୋକେ ତାକୁ ଏକ ସାଧା ସ୍ୱେଟର, ମଫଲର୍ ଓ ଚଷମା ପିନ୍ଧିଥିବାର ଦେଖିଥିଲେ।
ଏହି ଜୁନିଅର କେଜରିୱାଲ ହେଉଛନ୍ତି ଅବ୍ୟାନ ତୋମର। ଦିଲ୍ଲୀ ମୟୁର ବିହାରରେ ରହୁଥିବା ରାହୁଲ ତୋମରଙ୍କ ପୁଅ ଅବ୍ୟନଙ୍କ ବୟସ ଏବେ ମାତ୍ର ଏକ ବର୍ଷ। ନିର୍ବାଚନରେ ବିଜୟ ପରେ ଅବ୍ୟାନ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଭେଟିସାରିଛି ।