logo
logo
add image
news image

ରାଜନୈତିକ ଦଳମାନଙ୍କୁ ବଡ ଝଟକା ! ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ଉଲ୍ଲେଖ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୭୨ଘଣ୍ଟା ମଧ୍ୟରେ ଦେବେ ସୂଚନା

ONL BUREAU : ଏଣିକି ସମସ୍ତ ରାଜନୈତିକ ଦଳ ନିଜ ନିଜର ପାର୍ଥୀଙ୍କ ଅପରାଧିକ ତଥ୍ୟ ୱେବସାଇଟରେ ଅପଲୋଡ କରିବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି । ପ୍ରାର୍ଥୀ ହେବାର ୭୨ଘଣ୍ଟା ମଧ୍ୟରେ ସୂଚନା ଦେବେ ରାଜନୈତିକ ଦଳ । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରେ ତେବେ ସୁପ୍ରିମକୋର୍ଟ ଏହାକୁ ଅଦାଲତ ଅବମାନନା ରୂପେ ବିଚାର କରିବେ ବୋଲି ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ପ୍ରମୁଖ ମାମଲାରେ ବିଚାର କରିବା ସମୟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅପରାଧ ରେକର୍ଡ ଥିବା ପାର୍ଥୀଙ୍କ ତାଲିକା ସମ୍ପୃକ୍ତ ଦଳ ଖବର କାଗଜ, ୱେବସାଇଟ ଓ ସୋସିଆଲ ମିଡିଆରେ ପ୍ରକାଶ କରିବା ବାଧ୍ୟତାମୂଳକ । କେବଳ ଏତିକି ନୂହେଁ ଯେଉଁ ଦଳ ଅପରାଧୀଙ୍କୁ ପାର୍ଥୀ କରୁଥିବ ସେ ଦଳ ସ୍ପଷ୍ଟୀକରଣ ଦେବ କେଉଁ କାରଣ ପାଇଁ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକଟ ଦେଉଛି ? ତାହା ମଧ୍ୟ ଦଳ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

footer
Top