logo
logo
add image
news image

SC-ST ଆକ୍ଟରେ ଯାଞ୍ଚ ନକରି ତୁରନ୍ତ ଗିରଫଦାରୀ ସହ FIR ରୁଜୁ କରିବାକୁ ବରିଷ୍ଠ ଅଧିକାରୀଙ୍କ ଅନୁମତି ଅନାବଶ୍ୟକ, ଅଭିଯୁକ୍ତଙ୍କୁ ମଧ୍ୟ ମିଳିବନି ଆଗୁଆ ଜାମିନ

ONL BUREAU : ଏସସି/ଏସଟି ସଂଶୋଧନ ଆଇନ, ୨୦୧୮ର ବୈଧତାକୁ ନେଇ ଚ୍ୟାଲେଞ୍ଜ କରିଥିବା ଯାଚିକାରେ ସୁପ୍ରିମକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ମୋହର ଲଗାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ଆକ୍ଟରେ ତୁରନ୍ତ ଗିରଫଦାରୀ ପ୍ରକ୍ରିୟା ଜାରି ରହିବ ଓ ଅଗ୍ରିମ ଜାମିନ ମଧ୍ୟ ମିଳିବ ନାହିଁ। 

୨୦ ମାର୍ଚ୍ଚ ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଏସସି/ଏସଟି ଆକ୍ଟରେ FIR ପୂର୍ବରୁ ପ୍ରାରମ୍ଭିକ ଯାଂଚ ହେବ। ଗିରଫଦାରୀ ପ୍ରାବଧାନକୁ କୋହଳ କରି ଅଗ୍ରିମ ଜାମିନ ବ୍ୟବସ୍ଥା କରାଯାଇଥିଲା। ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ, ଯଦି କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୁଏ ତେବେ ଗିରଫ କରିବା ପୂର୍ବରୁ ପ୍ରଥମେ ବିଭାଗ ଠାରୁ ଅନୁମତି ନେବାକୁ ପଡିବ। ତେବେ ପରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏସସି/ଏସଟି ଆକ୍ଟରେ ପରିବର୍ତ୍ତନ କରାଯାଇଥିଲା। ଏହି ଆଧାରରେ ଗିରଫ ହୋଇଥିବା କୌଣସି ଅଭିଯୁକ୍ତକୁ ଅଗ୍ରୀମ ଜାମିନ ଦେବା ପ୍ରାବଧାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏତଦ୍ ବ୍ୟତୀତ ଏହି କାନୁନରେ କେନ୍ଦ୍ର ସରକାର ପ୍ରାବଧାନ ଅନୁସାରେ, ଯାଞ୍ଚ ନକରି ଅଭିଯୁକ୍ତକୁ ଗିରଫ କରାଯିବ। ଏପରିକି FIR ରୁଜୁ କରିବା ପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଅନୁମତି ନେବାକୁ ପଡିବ ନାହିଁ। 

ଜଷ୍ଟିସ୍ ଅରୁଣ ମିଶ୍ରା, ଜଷ୍ଟିସ୍ ବିନୀତ ଶରଣ ଏବଂ ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏସସି/ଏସଟି ସଂଶୋଧନ ଆକ୍ଟକୁ ନେଇ ଶୁଣାଣି କରୁଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ଏହି ଆକ୍ଟରେ ହୋଇଥିବା ସଂଶୋଧନ ଜାରି ରହିବ ବୋଲି  ଖଣ୍ଡପୀଠ କହିଛନ୍ତି । 

footer
Top