logo
logo
add image
news image

ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଶପଥ ଗ୍ରହଣ, ୧୪ରେ ପହଞ୍ଚିଲା ଉଚ୍ଚ ନ୍ୟାୟଳୟ ବିଚାରପତି ସଂଖ୍ୟା

ONL BUREAU : ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ସୋମବାର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ପୁରୁଣା କୋଠାରେ ରହିଥିବା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଜଷ୍ଟିସ ପାଣିଗ୍ରାହୀଙ୍କୁ ଶପଥ ପାଠ କରାଇଥିଲେ। ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ ଯୋଗ ଦେବାପରେ ଏବେ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ର˚ଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାମ  ବିଚାରପତି ପଦ ପାଇଁ ୨୦୧୯, ଅକ୍ଟୋବର ୩ରେ ସୁପାରିସ କରିଥିଲେ। ଅକ୍ଟୋବର ୩ରେ ସୁପ୍ରିମକୋର୍ଟ କଲେଜିୟମ ସଞ୍ଜୀବ ପାଣିଗ୍ରାହୀଙ୍କ ନାଁ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିଲେ।

ସଂଜୀବ କୁମାର ପାଣିଗ୍ରାହୀ ବଲାଙ୍ଗିର ସଦରବ୍ଲକ ବାରପୁଡୁଗିଆ ଗ୍ରାମର ନିମାଇଁଚରଣ ପାଣିଗ୍ରାହୀ ଓ ମନ୍ଦାକିନୀ ପାଣିଗ୍ରାହୀଙ୍କ ପୁତ୍ର  ।  ଖୁଣ୍ଟପାଲି ସରକାରୀ ବିଦ୍ୟାଳୟରେ ପଢିଥିଲେ। ରାଜେନ୍ଦ୍ର କଲେଜରୁ ଉଚ୍ଚଶିକ୍ଷା ସମାପ୍ତ ପରେ ସମ୍ବଲପୁର ଏଲ୍‌ଆର୍‌ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଏବଂ ବାଙ୍ଗାଲୋରସ୍ଥିତ ଜାତୀୟ ଆଇନ ବିଦ୍ୟାଳୟରୁ ସେ ଏଲ୍‌ଏଲ୍‌ଏମ୍ ପାଠ୍ୟକ୍ରମ ଶେଷ କରିଥିଲେ। କିଛି ଦିନ ହାଇକୋର୍ଟରେ ଓକିଲାତି କରିବାପରେ  ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ଆସୁଥିଲେ। 

footer
Top