logo
logo
add image
news image

ଗଞ୍ଜାମ : ଜଗନ୍ନାଥପୁର ଶାସନ ଗ୍ରାମରେ ଗ୍ରାମଦେବୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

ଗଞ୍ଜାମ(ଜଗନ୍ନାଥପ୍ରସାଦ) : ଜଗନ୍ନାଥପୁର ଶାସନ ଗ୍ରାମରେ ବିରାଜମାନ କରିଥିବା ଗ୍ରାମଦେବୀ ଠାକୁରାଣୀଙ୍କ ନୂତନ ମନ୍ଦିର  ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ରାଜଗୁରୁ ସୁଧାଂଶୁ ଶେଖର ରାଜଗୁରୁ ମହନ୍ତ ମଦନଗୋପାଳ ଦାସଜୀ ମହାରାଜ, ଛୋଟ ଗୋପାଳ ଶ୍ରୀ ଧାମ ବୃନ୍ଦାବନ ଡ.ପ୍ରଫୁଲ୍ଲ କୁମାର ରଥ, ଗ୍ରାମ୍ୟଗୁରୁ ଗୋସାଇଁ, କର୍ତ୍ତା, ଆଚାର୍ଯ୍ୟ, ପ୍ରଚାରକ, ବରଣ୍ୟ ବିପ୍ର ମଣ୍ଡଳୀ ଓ ଶିଳ୍ପୀ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଷ୍ଠା ଉତ୍ସବରେ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ, ଜଳଯାତ୍ରା ଓ ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଏହାପରେ ସିଂହାସନ ପ୍ରତିଷ୍ଠାକରି ଦେବୀଙ୍କୁ ମନ୍ଦିର ପ୍ରବେଶ କରାଯାଇଥିଲା । ୪ ଦିନ ବ୍ୟାପି ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

footer
Top