logo
logo
add image
news image

ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଫେବ୍ରୁଆରୀ ୫ରେ ବନ୍ଦ ନିଷ୍ପତ୍ତି ନେଲେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ

ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ବଡ଼କଥା ହେଲା ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରି ବାର କାଉନ୍‌ସିଲ୍‌ ଅଫ ଇଣ୍ଡିଆକୁ ଚିଠି ଲେଖିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍‌ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ଚିଠି ଲେଖିଛି। ତାଲିକାରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନାଁ ଉଲ୍ଲେଖ ରହିଛି। ରାଜ୍ୟ ଓକିଲ ସଂଘର ଚିଠି ପରେ ଏକଜୁଟ ହୋଇଛନ୍ତି ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ଏବଂ ରାଜ୍ୟ ଓକିଲ ସଂଘର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

 

ଏହାର ପ୍ରତିବାଦରେ ଗୁରବାର ବଲାଙ୍ଗିରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘର ଏକ ଜୁରରୀ ବୈଠକ ବସିଥିଲା। ଏଥିରେ ରାଜ୍ୟ ଓକିଲ ସଂଘର ପ୍ରସ୍ତାବକୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଫେବ୍ରୁଆରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାର ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ କରାଯିବା ସ୍ଥିର ହୋଇଛି। ସମ୍ବଲପୁର ଓକିଲ ସଂଘର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ କହିଛନ୍ତି, ବିଭାଜନ ନୀତି ଚଳିବ ନାହିଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଡିଭାଇଡ୍ ଆଣ୍ଡ ରୁଲ୍‌ ନୀତି ଛାଡ଼ନ୍ତୁ। ସରକାର ନିଷ୍ପତ୍ତି ନିଅନ୍ତୁ ପଶ୍ଚିମ ଓଡ଼ିଶାର କେଉଁଠି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ। ଯଦି କୌଣସି ଓକିଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ, ତେବେ କଠୋର ନିଷ୍ପତ୍ତି ନିଆଯିବ। ଜଣକର ଲାଇସେନ୍ସ ବାତିଲ ହେଲେ, ସମୂହ ଲାଇସେନ୍ସ ସରେଣ୍ଡର କରାଯିବ ବୋଲି କହିଛନ୍ତି ବିଜିତେନ୍ଦ୍ରୀୟ ପ୍ରଧାନ।

footer
Top