logo
logo
add image
news image

୨୦୧୮ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର’

୨୦୧୮ ବର୍ଷ ପାଇଁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି । ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ‘ଜୟଦେବ ପୁରସ୍କାର’ ଏବଂ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ସେହିପରି ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ଅର୍ଚ୍ଚିତାଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯିବ। ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ  ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ । ଶ୍ରେଷ୍ଠ କାହାଣୀ ଓ ସଂଳାପ ପାଇଁ ଡି. ନିରଞ୍ଜନ ରେଡ୍ଡୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଶାନ୍ତିରାଜ୍ ଖୋସ୍‌ଲା ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ’, ବସନ୍ତରାଜ ସାମଲ ‘ଶ୍ରେଷ୍ଠ ଗୀତିକାର‘, କରୁଣାକର ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’ ଓ ଅନ୍ତରା ଚକ୍ରବର୍ତ୍ତୀ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା’ ଭାବେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

footer
Top