logo
logo
add image
news image

ONL Chief Editor's Desk : ଜାତୀୟ ଗଣମାଧ୍ୟମ ଦିବସ ବା National Press Day ଅବସରରେ...ମୋ କଲମରୁ !

ଜାତୀୟ ଗଣମାଧ୍ୟମ ଦିବସ ବା National Press Day ଅବସରରେ ପ୍ରଥମେ ଗଣମାଧ୍ୟମ ସହ ଜଡିତ ସମସ୍ତ ବରିଷ୍ଠ, କନିଷ୍ଠ, ସହଯୋଗୀ ଏବଂ ଏହି କ୍ଷେତ୍ରସହ ଜଡ଼ିତ ସଭିଙ୍କୁ ମୋର ଅଭିନନ୍ଦନ । ଗଣମାଧ୍ୟମର ବର୍ତ୍ତମାନର ସ୍ଥିତି ଏବଂ ଏହାର କାର୍ଯ୍ୟକାରିତା ନେଇ ଉଭୟ ସାମ୍ବାଦିକ/ଖବରଦାତା ଏବଂ ପାଠକ/ଦର୍ଶକ ଉଣାଅଧିକେ ପରିଚିତ । ଗଣମାଧ୍ୟମ କଣ ପ୍ରକାଶିତ କରୁଛି ଏବଂ ଏହାର ଗ୍ରହଣୀୟତା ସମେତ ନିରପେକ୍ଷତାକୁ ନେଇ କେବଳ ପାଠକ କାହିଁକି ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା । ଆଜିର ଦିନରେ ସ୍ୱର୍ଗତ ହରେକୃଷ୍ଣ ମହତାବଙ୍କର ଉକ୍ତିଟିଏ ମନେ ପଡେ, ତାହେଲା "ଯେତେବେଳେ ଏ ଶାସନ କଳ ଶୋଇ ପଡେ, ସେତେବେଳେ ଗଣମାଧ୍ୟମର ଉତ୍ତର ଦାୟିତ୍ୱ ତାଙ୍କୁ ଚେଙ୍କ ଦେଇ ସଚେତ କରାଇବା" । ତେବେ ଏଠି ପ୍ରଶ୍ନ ଉଠେ ଏବେ କିଏ କାହାକୁ ଚେଙ୍କ ଦେଉଛି । ଗଣମାଧ୍ୟମରେ ଖାସକରି ରାଜନୀତି ଲେଖା ଉପରେ ଯେ, ସାମ୍ବାଦିକଟିଏର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି, ତାହା କହିବା ଭୂଲ ହେବ । କାରଣ ଯେତେବେଳେ ଗଣମାଧ୍ୟମ ବ୍ୟବସାୟରେ ପରିଣତ ହୁଏ, ସେତେବେଳେ ହାନିଲାଭର କଥା ମଧ୍ୟ ଆଗକୁ ଆସେ, ତେଣୁ ସମ୍ବାଦ ମୁଖ୍ୟଙ୍କୁ ମାଲିକର କଥା ମାନିବାକୁ ପଡେ ଏବଂ ଯାହାର ପ୍ରତିଫଳନ ଦେଖବାକୁ ମିଳେ, ଲେଖାରେ । ହଁ, ସମସ୍ତେ ନିଜକୁ ନିରପେକ୍ଷ କୁହନ୍ତି, ତେବେ ପକୃତରେ ତାହା କେତେ ସତ୍ୟ ତାହା ପାଠକ ଏବଂ ଦର୍ଶକ ଶେଷ୍ଠ ବିଚାର କରିବେ । ବାସ୍ତବିକତା ଦେଖାବାକୁ ଗଲେ ମିଡିଆ ମାଲିକ ମାନେ ମଧ୍ୟ ଏକରକମ ପରିସ୍ଥିତର ଦାସ ! କାରଣ ମିଡିଆ ହାଉସର ଦୈନିକ ଖର୍ଚ୍ଚ ଶୁଣିଲେ, ଯେ କହିବି ନିଶ୍ଚିତ, ବାଟ କିଛି ନାହିଁ, ତେବେ ଏସବୁ ଭିତରରେ କେତକ ନିର୍ଦ୍ଦିଷ୍ଠ ବଡ଼ ମିିଡିଆ ହାଉସକୁ ଛାଡ଼ି ଦେଲେ ଅନେକ ଏବେ ମଧ୍ୟ ଜନତାର ସ୍ୱର ହୋଇ ରହିଛନ୍ତି । ଯାହାକି ସ୍ୱାଗତ ଯୋଗ୍ୟ ।

ଏସବୁ ଭିତରେ ଯଦି ଆମେ ଡିଜିଟାଲ ମିଡିଆକୁ ଦେଖିବା ତାହେଲେ, ପ୍ରାୟ ସବୁ ଗଣମାଧ୍ୟମ ଏବେ ନିଜର ଡିଜିଟାଲ ବା ୱେବ୍ ୱିଙ୍ଗକୁ ଅଧିକ କ୍ରିୟାଶୀଳ କରିଛନ୍ତି । କାରଣ ଆଜିର ସ୍ମାର୍ଟ ଫୋନ୍ ଯୁଗରେ ଆଗରେ ଏବଂ ଦର୍ଶକର ପସନ୍ଦରେ ନଂ1 ରହିବାକୁ ହେଲେ ସୋସିଆଲ ମିଡିଆରେ ଆକ୍ଟିଭ୍ ହେବାକୁ ତ ହେବ । ଭରତୀୟ ଜନସଂଚାର ସଂସ୍ଥାନ(IIMC)ର ଛାତ୍ର ଜୀବନର ଅନୁଭୁତିକୁ ଏଠାରେ ନିଶ୍ଚିତ ବାଣ୍ଟିବାକୁୁୁ ଚାହିଁବି, ତାହା ହେଲା ଆପଣଙ୍କ ଅଭିବ୍ୟକ୍ତିର ଅଧିକାରକୁ କେହି ଆପଣଙ୍କଠାରୁ ଛଡ଼ାଇ ନେଇ ପାରିବେ, ସେ ଅଧିକାର ଆପଣଙ୍କୁ ସମ୍ବିଧାନ ଦେଇଛି । ତେବେ ପେଶାଗତ ଜୀବନରେ ଆପଣଙ୍କ ଲେଖା ସେତେବେଳେ ପ୍ରଭାବିତ ହୁଏ ଯେତେବେଳେ, କଲମ ଆପଣଙ୍କର ଥାଏ ସତ କିନ୍ତୁ କାଳି ଥାଏ ଆପଣଙ୍କୁ ପରିଚାଳିତ କରୁଥୁବା ଅନୁଷ୍ଠାନର, ଯାହାକୁ ଏଡିଟୋରିଆଲ୍ ପଲିସିବୋଲି କୁହାଯାଏ । ତେଣୁ ରଙ୍ଗ ବଦଳି ଯାଏ ଲେଖାର ! ଅନେକ ଏସବୁ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ମଧ୍ୟ ! ତେବେ ଏବେ ସୋସିଆଲ ମିଡିଆରେ ନିଜର ମତ ଅଧିକାର ଯେଉଁ ଭାଗରେ ନଜରକୁ ଆସିଥାଏ, ଅନ୍ତତପକ୍ଷେ ମନେହୁଏ, ଏବେବି ସାଧାରଣ ଲୋକଟିଏ ସମାଜର ଜଣେ ସଚେତନ ପ୍ରହରୀ । କଥା ଠିକ୍ ଭୂଲର ନୁହେଁ, ଏହା ସ୍ୱାଗତଯୋଗ୍ୟ ମଧ୍ୟ, କେବେଳ କିଛି ନିର୍ଦ୍ଦେଷ୍ଟ ଗୋଷ୍ଠୀକୁ ବାଦ ଦେଲେ ଆମେ ସଭିଏଁ ଯେ ସାମ୍ବାଦିକ ଏବଂ ସମାଲୋଚକ ପାଲଟିବାରେ ଲାଗିଛୁ, କହିଲେ ଭୂଲ ହେବ ନାହିଁ । ବେଳେବେଳେ ଏହା କାହକୁ ରାନୁ ମଣ୍ଡଳ ଭଳି ଷ୍ଟାର ବନାଇଥାଏତ ଆଉ କେବେ କାହାର ହୃଦୟକୁ ଆଘତ କରେ । ତେଣୁ ସମ୍ବେଦନଶୀଳ ପୋଷ୍ଟ ଉପରେ ଏବେ ଫେସବୁକ ପରି ସବୁ ସୋସିଆଲ ସାଇଟର ନଜର ରହିଛି । ଫଳରେ ମିଥ୍ୟା ବା ଗୁଜବ ଖବରରୁ ସାଧାରଣ ମଣିଷଟିଏ ବର୍ତ୍ତି ଯାଉଛି ।

ଶେଷରେ ଏତିକି କହିବି, ଆମେ ନିଜକୁ ନିଜେ ପ୍ରଶ୍ମ କରିବା ଦରକାର, ଆମର ବାକ୍ ସ୍ୱାଧିନତା କେତେ ? ଆମେ ନିଜର ମନ କଥା କହିବାକୁ କେତେ ସକ୍ଷମ ? ଆମେ ବ୍ୟକ୍ତିଗତ ଏବଂ ସାମାଜିକ ଜୀବନରେ ଆମର ମତକୁ କେତେ ଦୂର ଜାହିର କରିପାରୁଛୁ ? ଆମେ ନିଜର ଭାବାବେଗକୁ ପରିପ୍ରକାଶ କରିବାରେ ଅସହଜ ମନେ କରୁନାହିଁନ୍ତି? ଥରେ ଏସବୁର କାରଣ ନିଜେ ଖୋଜନ୍ତୁ, ଉତ୍ତର ନିଶ୍ଚୟ ପାଇବେ । ଯେଉଁଠି ମଣିଷ ନିଜ ଭାବନାର ପରିପ୍ରକାଶ କରିବାରେ କୁଣ୍ଠାବୋଧ କରିଥାଏ କିମ୍ବା ଲୁଚାଇବାକୁ ଚେଷ୍ଟା କରିଥାଏ, ଏହା ପଛରେ ମୋ ମତରେ ଦୁଇଟି କାରଣ ଥାଏ । ଗୋଟିଏ ହେଲା ଲୋକଲଜ୍ଜା/ଭୟ ଅଥବା ସାମାଜିକ କଟକଣାର ଶଙ୍କା ନଚେତ୍ ପରିସ୍ଥିତି ସହ ସାଲିସ କରିବାର ମନୋବୃତି ।

ଆଜି ପାଇଁ ବିଦାୟ ଦିଅନ୍ତୁ...ଜୟ ମହାବୀର

Bikash Kumar Routray
chiefeditor@odishanewslive.com

NB - National Press Day is celebrated on November 16 to commemorate the establishment of the Press Council of India. Formed in 1966, the Press Council keeps a check on the quality of reportage by the Indian press. The organisation also ensures that journalistic objectives are not compromised due to "influence or threats of any extraneous factors." Press being the Fourth Estate holds immense power in influencing public opinion and taking the right news to the citizens.

footer
Top