ନଖ ରଖିବାକୁ ଝିଅମାନେ ଖୁବ୍ ପସନ୍ଦ କରିଥାଆନ୍ତି । କିନ୍ତୁ ବେଳେବେଳେ କାମ କରିବା ସମୟରେ ନଖ ଭାଙ୍ଗିଯାଏ ଓ ଏହାକୁ କାଟିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ଜଣାଇବୁ ଯାହା ଦ୍ୱାରା ଭାଙ୍ଗିଯାଇଥିବା ନଖକୁ ଆପଣ ପୁଣି ଯୋଡିପାରିବେ ।
ଏଥିପାଇଁ ଆପଣଙ୍କୁ ଗୋଟିଏ ଟି-ବ୍ୟାଗର ଆବଶ୍ୟକତା ପଡିବ ।
. ପ୍ରଥମେ ନଖରୁ ନେଲପଲିସକୁ ଛଡାନ୍ତୁ । କିନ୍ତୁ ଧ୍ୟାନ୍ନ ଦିଅନ୍ତୁ ଭାଙ୍ଗିଥିବା ନଖ ଅଧିକ ନଭାଙ୍ଗିଯାଉ ।
. ଏହାପରେ ଏକ ଟି-ବ୍ୟାଗକୁ ନଖର ଚଉଡା ଅନୁସାରେ କାଟନ୍ତୁ ।
. ଏହାପରେ ନଖରେ ଟ୍ରାନ୍ସପରେଣ୍ଟ ନେଲପଲିସ୍ ଲଗାନ୍ତୁ । ଏହାପରେ ଟିବ୍ୟାଗରେ ନଖକୁ କଭର କରିନିଅନ୍ତୁ ।
. ଏହା ଉପରେ ଆଉ ଏକ କୋଟ୍ ନେଲପେଣ୍ଟ ଲଗାନ୍ତୁ ।
. ଏହା ଶୁଖିଯିବା ପରେ ନିଜ ପସନ୍ଦର ନେଲପଣ୍ଟ ଲଗାଇ ନିଅନ୍ତୁ । ଏହା ଦ୍ୱାରା ଭାଙ୍ଗିଯାଇଥିବା ନଖ ପୁଣି ଯୋଡି ହୋଇଯିବ ।