ଶୋଇବା ସମୟରେ ସମସ୍ତେ ତକିଆର ବ୍ୟବହାର କରିଥାଉ । କିନ୍ତୁ କଣ ଆପଣ ଜାଣନ୍ତି କି ତକିଆ ଆପଣଙ୍କ କେଶ ଓ ତ୍ୱଚର ସୁନ୍ଦରତାକୁ ହାନି ପହଁଞ୍ଚାଇଥାଏ ।
ଆମ ମୁଣ୍ଡରେ ସାଧାରଣତଃ ତେଲ, ଧୂଳି ଲାଗିରହିଥାଏ । ଏହା ତକିଆର ସଂସ୍ପର୍ଶରେ ଆସିଥାଏ ଓ ତକିଆରେ ମଧ୍ୟ ମଇଳା ହୋଇଥାଏ । ଯେତେବେଳେ ଆମେ ତକିଆରେ ମୁଣ୍ଡ ଦେଇ ଶୋଇଥାଉ ଏହି ମଳିଆ ଆମର କେଶ ଓ ତ୍ୱଚାରେ ଲାଗିଥାଏ, ଏହି ଧଳିକଣିକା ଆମ ତ୍ୱଚାର ଲୋମଛିଦ୍ର ଭିତର ଦେଇ ପଶିଥାଏ ଓ ଏହାକୁ ବନ୍ଦ କରିଦିଏ । ପରଦିନ ସକାଳୁ ଆମ ତ୍ୱଚାରେ ଦାଗ ଦେଖାଯାଏ । କେବେ କେବେ ବ୍ରଣ ମଧ୍ୟ ହୋଇଥାଏ । କିନ୍ତୁ ଆମେ ଜାଣିପାରିନଥାଉ କି ଏହାର କାରଣ କଣ ଅଟେ ।
ରାତିରେ ଯେତେବେଳେ ଆମେ ଶୋଇଥାଉ । ଆମ ତ୍ୱଚା ଓ ତକିିଆ ପରସ୍ପର ସହିତ ଘଷି ହୋଇଥାଆନ୍ତି । ଏହା ଦାଗ ସୃଷ୍ଟି କରିଥାଏ । ତକିିଆରେ ଘଷି ହେବା ଦ୍ୱାରା ଆମ କେଶ ମଧ୍ୟ ଝଡି ଥାଏ । ଅନେକ ଥର ଆମେ ଗୋଟିଏ ତକିଆକୁ ବର୍ଷ ବର୍ଷ ଧରି ବ୍ୟବହାର କରିଥାଉ । କିନ୍ତୁ ଏହା ଠିକ୍ ନୁହେଁ । କହିରଖୁଛୁ କି ତକିଆକୁ ପ୍ରତି ଛଅ ମାସରେ ଥରେ ବଦଳାଇବା ଉଚିତ୍ । ଏହା ସହିତ ତକିଆ ସବୁବେଳେ କୋମଳ ହେବା ଉଚିତ୍ ।