ଆବଶ୍ୟକୀୟ ସାମଗ୍ରୀ - କଟା ପନିର୍,ଜିରା,ହଳଦୀଗୁଣ୍ଡ,ଗରମ ମସଲା,ଗୁଜୁରାତି,ତେଜପତ୍ର,ଲବଙ୍ଗ,ପାନମଧୁରୀ,ଏକ ଗ୍ଲାସ କ୍ଷୀର,ଲୁଣ ଓ ତେଲ
ପ୍ରଣାଳୀ - ପ୍ରଥମେ ଗୁଜୁରାତି,ଲବଙ୍ଗ ଓ ପାନମଧୁରୀକୁ ଗ୍ରାଇଁଣ୍ଡିଙ୍ଗ କରିଦିଅନ୍ତୁ । ଗ୍ୟାସରେ କଡାଇ ବସାନ୍ତୁ ଓ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଧା ଚାମଚ ଜିରା ପକାନ୍ତୁ । ଜିରା ଭାଜି ହେବା ପରେ ସେଥିରେ ଗ୍ରାଇଣ୍ଡିଙ୍ଗ ମସଲାକୁ ପକାନ୍ତୁ । ଗୋଟିଏ ମିନିଟ୍ ପରେ ସେଥିରେ କ୍ଷୀର ପକାନ୍ତୁ । କ୍ଷୀର ଫୁଟିଯିବା ପରେ ସେଥିରେ ଅଧା ଚାମଚ ହଳଦୀ, ଅଧା ଚାମଚ ଗରମ ମସଲା ଓ ତେଜପତ୍ର ପକାନ୍ତୁ । ପାଞ୍ଚ ମିନିଟ୍ ପରେ ଏଥିରେ ପନିର୍ ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଘୋଡାଇ ଦିଅନ୍ତୁ । ଦଶ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କାଶ୍ମିରୀ ପନିର୍ ।