logo
logo
add image
news image

ମାଇଗ୍ରେନରେ ପିଡିତ ବ୍ୟକ୍ତିମାନେ ଏପରି କରନ୍ତୁ ଡାଲଚିନିର ସେବନ...ମିଳିବ ଫାଏଦା

ଏହା ଆପଣ ସମସ୍ତେ ଜାଣନ୍ତି କି ସାରା ଦୁନିଆରେ ଭାରତୀୟ ମସଲା ପ୍ରସିଦ୍ଧ ଅଟେ । ଏମିତି କିଛି ମସଲା ମଧ୍ୟ ରହିଛି ଯେଉଁଥିଲେ ଔଷଧୀୟ ଗୁଣ ଭରି ରହିଥାଏ । କିଛି ମସଲାକୁ ଔଷଧ ରୂପେ ବ୍ୟବହାର କରି ଚିକିତ୍ସା ମଧ୍ୟ କରାଯାଏ ।
 ମସଲା ଭିତରେ ସବୁଠାରୁ ଅଧିକ ଔଷଧୀୟ ଗୁଣ ଡାଲଚିନିରେ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଡାଲଚିନି ମୁଖ ଦୁର୍ଗନ୍ଧ, କୋଲେଷ୍ଟ୍ରଲକୁ ମଧ୍ୟ କମ୍ କରିଥାଏ । ମାଇଗ୍ରେନରେ ପିଡିତ ବ୍ୟକ୍ତିଙ୍କ ପା୍ଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି କୌଣସି ବ୍ୟକ୍ତି ମାଇଗ୍ରେନରେ ପିଡିତ ଥାଆନ୍ତି ତେବେ ଆଜିଠାରୁ ହିଁ ଡାଲଚିନିର ସେବନ ଆରମ୍ଭ କରିଦିଅନ୍ତୁ ।
 ମାଇଗ୍ରେନରେ ମୁଣ୍ଡରେ ପ୍ରବଳ ମାତ୍ରାରେ ଯନ୍ତ୍ରଣା ହୋଇଥାଏ । ମାଇଗ୍ରେନ ପାଇଁ ମୁଣ୍ଡ ବୁଲାଇବା ଓ ବାନ୍ତି ପରି ସମସ୍ୟା ଦେଖାଯାଏ । ଥରେ ମାଇଗ୍ରେନର ଯନ୍ତ୍ରଣା ଆରମ୍ଭ ହେଲେ ଏହା 72ଘଣ୍ଟା ଯାଏଁ ରହିଥାଏ । ମାଇଗ୍ରେନ୍ ଆରମ୍ଭ ହେଲେ ଡାଲଚିନିକୁ ଗୁଣ୍ଡ କରି ଏହାର ଲେପ ମଥାରେ ଲଗାନ୍ତୁ । ଅଧଘଣ୍ଟା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ । ଯନ୍ତ୍ରଣା ଅନେକ ମାତ୍ରାରେ କମ୍ ହୋଇଯିବ ।

footer
Top