ଖୁବ୍ ଶୀଘ୍ର ମଲ୍ଟିଷ୍ଟାର କମେଡି ଫିଲ୍ମ ଆପଣଙ୍କ ନିକଟସ୍ଥ ସିନେମାଘରେ ରିଲିଜ୍ ହେବାକୁ ଯାଉଛି । କମେଡିରେ ଭରପୁର ଫିଲ୍ମ ପାଗଲପନ୍ତିର ଟ୍ରେଲର ନିକଟରେ ରିଲିଜ୍ ହୋଇଛ । ଏହି ଫିଲ୍ମରେ ଅନିଲ କପୁର,ଜନ୍ ଆବ୍ରାହମ୍,ଇଲିୟାନା,ଅରସଦ୍ ୱାରସି,ପୁଲକିତ ସମ୍ରାଟ,କୃତି ଖରକନ୍ଦା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।
ଫିଲ୍ମ ପାଗଲପନ୍ତି ଆସନ୍ତା ନଭେମ୍ବର ମାସ 22 ତାରଖରେ ରିଲିଜ୍ ହେବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିସ୍ ବଜ୍ମି । ଅନିସ୍ ନିଜ ନିର୍ଦ୍ଦେଶନାରେ ଅନେକ ସୁପରହିଟ୍ କମେଡି ଫିଲ୍ମ ଦେଇସାରିଛନ୍ତି ।
ଫିଲ୍ମ ପାଗଲପନ୍ତିର ଟ୍ରେଲରରେ ଜନ୍ ଆବ୍ରାହମ୍,ଅନିଲ୍ କପୁର,ଅରସଦ୍ ୱାରସୀ ଶାନଦାର କମେଡି କରୁଥିବାର ନଜର ଆସିଛନ୍ତି । କିଛି ଦିନ ହେବ ଆକ୍ସନ ଓ ସିରିୟସ୍ ଭୂମିକାରେ ନଜର ଆସୁଥିବା ଜନ୍ ଆବ୍ରାହମ୍ ଏହି ଫିଲ୍ମରେ କମେଡି କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ଜନଙ୍କ ନାଁ ରାଜ କିଶୋର ରହିଛି ।