logo
logo
add image
news image

କଣ ବ୍ରତରେ ଆପଣ ପିଇ ପାରିବେ କଫି ଜାଣିବା ପାଇଁ ପଢନ୍ତୁ ଏହି ଖବର

ହିନ୍ଦୁ ଶାସ୍ତ୍ର ଅନୁସାରେ ବ୍ରତରେ ଅନ୍ନ ଗ୍ରହଣ କରାଯାଏ ନାହିଁ । ବରଂ ଖାଦ୍ୟରେ ଏମିତି ଜିନିଷ ଗ୍ରହଣ କରାଯାଏ ଯାହା ଅନ୍ନ ଶ୍ରେଣୀରେ ଆସିନଥାଏ । ଏମିତିରେ ଅନେକ ପ୍ରଶ୍ନ ଉଠିଥାଏ କି ବ୍ରତରେ ଆମ କଣ ଖାଇପାରିବା ଓ କଣ ଖାଇପାରିବା ନାହିଁ ।  ବ୍ରତ ସମୟରେ ଧାନ ଜାତୀୟ ଖାଦ୍ୟ,ଲୁଣ,ଆମିଷ,ମଦ,ରସୁଣ ଓ ପିଆଜ ସେବନ କରାଯାଏ ନାହିଁ । ବ୍ରତ ସମୟରେ ଚାହା ତ ପିଇ ହୋଇଥାଏ କିନ୍ତୁ ଅନେକ ଭାବି ଥାଆନ୍ତି କି କଣ ବ୍ରତ ସମୟରେ କଫି ପିଇହେବ ?

 କଫି ବା ଚାହା ପିଇବା ନିଜ ନିଜର ପସନ୍ଦ ଉପରେ ନିର୍ଭର କରିଥାଏ । କିଛି ଲୋକ କହିଥାଆନ୍ତି କି ବ୍ରତ ସମୟରେ ଚାହା ପିିଇ ହେବ କିନ୍ତୁ କଫି ନୁହେଁ । କିନ୍ତୁ ଓପାସ ସମୟରେ ଏମିତି କୌଣସି ନିୟମ ରହିଛି । ଏହା ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ ।  

 କହିରଖୁଛୁ କି ବ୍ରତକୁ ନେଇ ହୋଇଥିବା ସମସ୍ତ ନିୟମ ନିଜେ ମଣିଷ ହିଁ ତିଆରି କରିଛନ୍ତି । ଯେପର ସ୍ଥାନକୁ ନେଇ ଖାଦ୍ୟପେୟ ଭିନ୍ନ ଭିନ୍ନ ହୋଇଥାଏ ସେହି ପରି ବ୍ରତକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ନିୟମ ରହିଥାଏ ।  

 ବ୍ରତ ସମୟରେ କଫି ସେବନ କରାଯାଇପାରେ କିନ୍ତୁ ଅଧିକ ମାତ୍ରାରେ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ କଫିରେ କଫିନ୍ ରହିଥାଏ । ଏହା ନର୍ଭସ୍ ସିଷ୍ଟମକୁ ଝଟକା ଦେଇଥାଏ 

footer
Top