logo
logo
add image
news image

ପନିର୍ ଭୂଜିଆ

ଆବଶ୍ୟକୀୟ ସାମଗ୍ରୀ - ପନିର୍,ଜିରା,କଟା ପିଆଜ, ଅଦା ରସୁଣ ବଟା,ହଳଦୀଗୁଣ୍ଡ,ଅଧା ଚାମଚ ଲଙ୍କାଗୁଣ୍ଡ,ଅଧା ଚାମଚ ଗରମ ମସଲା, ଅଧା ଚାମଚ ଧନିଆ ମସଲା,କଟା ଟମାଟୋ, କଟା କଞ୍ଚା ଲଙ୍କା,ଲୁଣ ଓ ତେଲ

 ପ୍ରଣା‌ଳୀ - କଡାଇରେ ତେଲ ପକାଇ ସେଥିରେ ଜିରା ପକାନ୍ତୁ । ଏବେ ତେଲରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ୍ ହେବା ପରେ ସେଥିରେ ଅଦା ରସୁଣ ବଟା ପକାନ୍ତୁ । ଦୁଇ ମିନିଟ୍ ପରେ ଏଥିରେ ଅଧା ଚାମଚ ହଳଦୀଗୁଣ୍ଡ,ଅଧା ଚାମଚ ଲଙ୍କାଗୁଣ୍ଡ,ଅଧା ଚାମଚ ଗରମ ମସଲା ଓ ଅଧା ଚାମଚ ଧନିଆ ମସଲା ପକାନ୍ତୁ । ମସଲାକୁ କସନ୍ତୁ । ଅଳ୍ପ ପାଣି ଦେଇ ପୁଣି କସନ୍ତୁ । ଏବେ କଟା ଟମାଟୋ ପକାନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା କସି ହେବା ପରେ କଟା କଞ୍ଚା ଲଙ୍କା ପକାନ୍ତୁ । ଏବେ ଏଥିରେ ଗ୍ରେଟିଙ୍ଗ ପନିରକୁ ପକାନ୍ତୁ । ଗୋଳାଇ ଦିଅନ୍ତୁ । ଦୁଇ ମିିନିଟ୍ ଘୋଡାଇ ଦିଅନ୍ତୁ । ଦୁଇ  ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପନିର୍ ଭୂଜିଆ ।

footer
Top