logo
logo
add image
news image

ତ୍ୱଚା ଓ କେଶ ପାଇଁ ଲାଭଦାୟକ ଅଟେ କଳାଜିରା

 ଚେହେରାରେ ଚମକ ଆଣିବା ଓ କେଶକ ସୁନ୍ଦରତା ପାଇଁ ଝିଅମାନେ କେତେ କଣ ଉପାୟ ଆପଣାଇଥାଆନ୍ତି  । ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ  ।
 କଳାଜିରାରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଫଙ୍ଗଲ୍ ତତ୍ତ୍ୱ ରହିଥାଏ  । କଳାଜିରାକୁ ଗୁଣ୍ଡକରି ତ୍ୱଚା ଓ କେଶରେ ଲଗାଇବା ଦ୍ୱାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ  ।  କଳାଜିରାରେ ଥିବା ଓମେଗା 3 ଏସିଡ୍ ତ୍ୱଚାର ଚମକ ବଢାଇଥାଏ, ଏହା ସହିତ କଳାଜିରାରେ ଥିବା ଭିଟାମିନ୍ ବି ତ୍ୱଚାକୁ କୋମଳ କରିଥାଏ ଓ ଭିଟାମିନ୍ ସି ତ୍ୱଚାକୁ ଗୋରା କରିଥାଏ  । କଳାଜିରା ଗୁଣ୍ଡରେ ମହୁ ମିଶାଇ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ  ।
 କଳାଜିରା ଓ ମେଥିଗୁଣ୍ଡକୁ ନଡିଆ ତେଲରେ ମିଶାଇ କେଶରେ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହେବା ସହିତ କେଶ ଘନ ହୋଇଥାଏ  ।


footer
Top