logo
logo
add image
news image

ଯେଉଁ ମାତା ପିତା ହୋଇଥାଆନ୍ତି ସିଗାରେଟ୍ ପିଇବାରେ ଅଭ୍ୟସ୍ତ...ସେମାନଙ୍କ ପିଲାମାନଙ୍କୁ ହୋଇଥାଆନ୍ତି ଏଭଳି ରୋଗର ଶିକାର

ଯଦି ଆପଣ କୌଣସି ନିଶା ଦ୍ରବ୍ୟ ସେବନର ଅଭ୍ୟସ୍ତ ଅଛନ୍ତି ତେବେ ସାବଧାନ ହୋଇଯ଼ାଆନ୍ତୁ । କାରଣ ଏହାର ପରିଣାମ କେବଳ ଆପଣଙ୍କ ଉପରେ ହିଁ ନୁହେଁ ଆପଣଙ୍କ ଆଗାମୀ ପିଢୀ ଉପରେ ମଧ୍ୟ ପଡିଥାଏ । ଏକ ଗବେଷଣାରୁ ଜଣାପଡିଛି କି ଯଦି କୌଣସି ବିବାହିତ ବ୍ୟକ୍ତି ସିଗାରେଟ୍ ପିଇବାରେ ଅଭ୍ୟସ୍ତ ଥାଆନ୍ତି ତେବେ ତାଙ୍କର ପିଲାଙ୍କର ଶୁକ୍ରାଣୁ କମ୍ ହେବାକୁ ଲାଗିଥାଏ । ଏହା ଦଶ ପ୍ରତିଶତରୁ ଅଧିକ ହୋଇଥାଏ ।
 ରିସର୍ଚ୍ଚରୁ ଜଣାପଡିଛି କି ଯଦି କୌଣସି ମାତାପିତା ସିଗାରେଟ୍ ପିଉଥାଆନ୍ତି ଏହା ତାଙ୍କ ପିଲାଙ୍କ ଶୁକ୍ରାଣୁ ଉପରେ ଅନେକ ପ୍ରଭାବ ପକାଇ ଥାଏ । ଯେତେବେଳେ ଜଣେ ମହିଳା ସିଗାରେଟ୍ ପିିଇବାରେ ଅଭ୍ୟସ୍ତ ଥାଆନ୍ତି ସେତେବେଳେ ଏହାର ପ୍ରଭାବରେ ତାଙ୍କ ପୁଅର ଶୁକ୍ରାଣୁ ପ୍ରାୟ 46ପ୍ରତିଶତ କମ୍ ହେବାକୁ ଲାଗିଥାଏ ।
 ରିସର୍ଚ୍ଚରେ କୁହାଯାଇଛି କି ଗର୍ଭବତୀ ମହିଳା ସିଗାରେଟ୍ ପିଇବାରେ ଅଭ୍ୟସ୍ତ ଥିଲେ ତାଙ୍କ ଶିଶୁର ଶୁକ୍ରାଣୁ ସଂଖ୍ୟା 8ପ୍ରତିଶତ କମ୍ ହୋଇଥାଏ । ଏଥିପାଇଁ ଗର୍ଭବତୀ ମହିଳାଙ୍କ ପାଇଁ ସିଗାରେଟ୍ ପିଇବା ସବୁଠାରୁ ଅଧିକ ଘାତକ ବୋଲି କୁହାଯାଏ ।
 ଯେଉଁ ମହିଳାମାନେ ଗର୍ଭବତୀ ଥିବା ସମୟରେ ସିଗାରେଟ୍ ପିଇଥାଆନ୍ତି ସେମାନଙ୍କ ଶିଶୁ ଜନ୍ମ ହେବା ପରେ ମହୁମେହ ଓ କମ୍ ଓଜନର ଶିକାର ହୋଇଥାଆନ୍ତି । 

footer
Top