logo
logo
add image
news image

କାଜୁ କରି

ଆବଶ୍ୟକୀୟ ସାମଗ୍ରୀ - କାଜୁ - 100ଗ୍ରାମ୍,କ୍ରିମ୍,ପିଆଜ ବଟା,ଟମାଟୋ ଓ କଞ୍ଚାଲଙ୍କା ବଟା,ଲବଙ୍ଗ,ଜିରା,ଡାଲଚିନି,ଗୁଜୁରାତି,ଏକ ଚାମଚ ଲଙ୍କାଗୁଣ୍ଡ,ଏକ ଚାମଚ ଧନିଆ ପାଉଡର,ଅଧା ଚାମଚ ହଳଦୀଗୁଣ୍ଡ,ଅଦା ରସୁଣ ବଟା,ଏକ ଚାମଚ ବଟର,ଗରମ ମସଲା,କସ୍ତୁରୀମେଥି,କଟା ଧନିଆ ପାଉଡର,ତେଲ ଓ ଲୁଣ
 ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ପ୍ୟାନରେ ବଟର ପକାନ୍ତୁ । ଏଥିରେ କାଜୁ ପକାଇ ଭାଜିଦିଅନ୍ତୁ । କାଜୁ ଭାଜି ହେବା ପରେ ଅଧା କାଜୁକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏବେ ପ୍ୟାନରେ ତେଲ ଗରମ କରି ସେଥିରେ ଲବଙ୍ଗ,ଜିରା,ଡାଲଚିନି,ଗୁଜୁରାତି ପକାଇ ଭାଜି ଦିଅନ୍ତୁ । ଏବେ ଏଥିରେ ପିଆଜ ବଟାକୁ ପକାନ୍ତୁ । ପିଆଜ ଭାଜି ହେବା ପରେ ସେଥିରେ ସବୁ ଗୁଣ୍ଡ ମସଲାକୁ ପକାନ୍ତୁ ଓ ଅଦା ରସୁଣ ପେଷ୍ଟକୁ ପକାଇ ଗୋଳାନ୍ତୁ । ଅଳ୍ପ ପାଣି ଦେଇ ମସଲା କସନ୍ତୁ । ଏବେ ଏଥିରେ ଟମାଟୋ ବଟାକୁ ପକାନ୍ତୁ । କିଛି ସମୟ ପରେ ଏଥିରେ କାଜୁ ବଟାକୁ ପକାନ୍ତୁ । କିଛି ସମୟ ପରେ ଏଥିରେ କ୍ରିମ୍, ଗରମ ମସଲା  ଓ କସ୍ତୁରୀମେଥି ଗୁଣ୍ଡ ପକାନ୍ତୁ । ଗୋଟିଏ ମିନିଟ୍ ପରେ ଏଥିରେ ଗୋଟା କାଜୁକୁ ପକାନ୍ତୁ । ଅଳ୍ପ ପାଣି ଦିଅନ୍ତୁ । ଆବଶ୍ୟକତା ଅନୁସାରେ ଲୁଣ ପକାଇ ଘୋଡାଇ ଦିଅନ୍ତୁ । ପାଞ୍ଚ ମିନିଟ ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଧନିଆ ପତ୍ରରେ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା କାଜୁ କରି । 

footer
Top