logo
logo
add image
news image

ଆଉ ହେବ ନାହିଁ ସନବର୍ଣ୍ଣ... ଖାଆନ୍ତୁ ଏହି ଖାଦ୍ୟ

ଖରାଦିନେ ସ୍କିନ୍ ଖରାପ ହେବାର ସମସ୍ୟା ବଢିଯାଇଥାଏ । ଲୋକଙ୍କୁ ସନବର୍ଣ୍ଣ, ଟ୍ୟାନ୍ ଯେମିତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । 

 ଖରାଦିନେ ସ୍କିନ୍ ଡ୍ୟାମେଜ୍ ହେବାର ଆଶଙ୍କା ଅଧିକ ଥାଏ । ଏମିତିରେ ବହୁତ ଜରୁରୀ ହୋଇଥାଏ କି ସ୍କିନର ଉପଯୁକ୍ତ ଧ୍ୟାନ୍ନ ନିଆଯିବା ଦରକାର । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଖରାଦିନେ ଗ୍ଲୋଇଙ୍ଗ ସ୍କିନ୍ ପାଇବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ । 

 ଲାଲ୍ ଫଳ ଓ ପନିପରିବା - ଖରାଦିନେ ନିଜ ଡାଏଟରେ ଲାଲ୍ ରଙ୍ଗର ପନିପରିବା ଓ ଫଳ ସାମିଲ୍ କରନ୍ତୁ ଯେମିତି କି ସିମଲା ମିର୍ଚ୍ଚ, ଟମାଟର, ଷ୍ଟ୍ରବେରୀ ଇତ୍ୟାଦି । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ସ୍କିନକୁ ହେଲଦି ରଖିଥାଏ । 

 ବନ୍ଧାକେବି - ବନ୍ଧାକୋବିରେ ଭିଟାମିନ୍ ଏ ଭିଟାମିନ୍ ବି ଓ ଭିଟାମିନ୍ ସି ରହିଥାଏ । ଏଥିରେ ଲାଇକୋପିନ୍ ଥାଏ ଯାହା ସନ୍ ବର୍ଣ୍ଣ ହେବାକୁ ଦିଏ ନାହିଁ । 

 ଗାଜର - ଗାଜରରେ ଭରପୁର ମାତ୍ରାରେ ଭିଟାମିନ୍ ଏ ରହିଥାଏ । ଏହା ଖାଇବା ଦ୍ୱାରା ଚେହେରାରୁ ଦାଗ ଓ ବ୍ରଣ ଦୂର ହୋଇଥାଏ । ରକ୍ତକୁ ପରିଷ୍କାର କରିଥାଏ । ସ୍କିନରେ ଗ୍ଲୋ ଆସିଥାଏ । 

 ମାଛ - ସ୍କିନରେ ଗ୍ଲୋ ଆଣିବା ପାଇଁ ଖାଦ୍ୟରେ ଓମେଗା ଫଟି ଏସିଡ୍ ନିଶ୍ଚୟ ସାମିଲ୍ କରନ୍ତୁ । ଏଥିପାଇଁ ମାଛ ଖାଇବା ଆବଶ୍ୟକ । କାରଣ ମାଛରେ ଓମେଗା ଫଟି ଏସିଡ୍ ପ୍ରଚୁର ମାତ୍ରାରେ ଥାଏ । ଏହା ଖାଇବା ଦ୍ୱାରା ସ୍କିନରେ ପ୍ରୋଟେକ୍ଟିଭ୍ ଲେୟାର ତିଆରି ହୋଇଥାଏ । ସ୍କିନ୍ ଖରାପ ହୋଇନଥାଏ । 

footer
Top