logo
logo
add image
news image

ଦିନରେ ବାରମ୍ବାର ନିଦ ଆସିବା ହୋଇପାରେ ରୋଗର ଲକ୍ଷଣ

 ଯଦି ଆପଣଙ୍କୁ ଦିନରେ ବାରମ୍ବାର ନିଦ ଆସୁଛି ତେବେ ଏହା ରୋଗର ଲକ୍ଷଣ ହୋଇପାରେ । ଏହା ଉପରେ ଧ୍ୟାନ୍ନ ନଦେବା ବିପଦର କାରଣ ହୋଇପାରେ ।
 ଡାକ୍ତର ବିନୀତ କାଲାଙ୍କ କହିବା  ଅନୁସାରେ ରାତିରେ ଡେରିରେ ଶୋଇବା, ଥକାପଣ ଓ ଦୁର୍ବଳତା କାରଣରୁ ଦିନରେ ବାରମ୍ବାର ନିଦ ଆସିଥାଏ । ବାରମ୍ବାର ନିଦ ଆସିବାର ଅନ୍ୟ କାରଣ ମଧ୍ୟ ହୋଇପାରେ । ଏହା ଏକ ପ୍ରକାରର ରୋଗ ଅଟେ । ଯାହାକୁ ହାୟପରସୋମ୍ନିଆ କୁହାଯାଏ ।
 ଏହି ରୋଗରୁ ବ଼ଞ୍ଚିବା ପାଇଁ ଦିନକୁ ଅତିକମରେ 8ଘଣ୍ଟା ନିଶ୍ଚୟ ଶୁଅନ୍ତୁ । ଶୋଇବାର ଓ ଉଠିବାର ଏକ ସମୟ ସ୍ଥିର କରନ୍ତୁ । ଏହି ରୋଗରୁ ମୁକ୍ତି ପାଇବା କରନ୍ତୁ ଏହି କାମ ...
 ସନ୍ତୁଳିତ ଭୋଜନ ଖାଆନ୍ତୁ - ପୁରା ଦିନ ଭିତରେ ତିନି ଥର ଖାଆନ୍ତୁ । ତେଲ ଛଣା ଖାଦ୍ୟରୁ ଦୂରରେ ରୁହନ୍ତୁ ।
 ଶୋଇବା ଆଗରୁ ଆଲକୋହଲ୍ ଖାଆନ୍ତୁ ନାହିଁ - କିଛି ଲୋକ ଭାବନ୍ତି କି ମଦ୍ୟପାନ କରିବା ଦ୍ୱାରା ଭଲ ନିଦ ହୋଇଥାଏ । କିନ୍ତୁ ଏହା ହୋଇନଥାଏ । ବରଂ ନିଦ ବାରମ୍ବାର ଭାଙ୍ଗିଥାଏ ।
 ଶୋଇବା ଆଗରୁ କମ୍ପୁଟର ବା ମୋବାଇଲ୍ ବ୍ୟବହାର କରନ୍ତୁ ନାହିଁ - ଶୋଇବା ଆଗରୁ ମୋବାଇଲ୍ ବା କମ୍ପୁଟର ବ୍ୟବହାର କରିବା ଦ୍ୱାରା ଆଖି ଥକି ଯାଏ ଓ ନିଦ ହୋଇନଥାଏ ।

footer
Top