ଆବଶ୍ୟକୀୟ ସାମଗ୍ରୀ - ମଟନ୍, ଘିଅ,ଶୁଖିଲା ଲଙ୍କା,ରସୁଣ,ଲୁଣ
ପ୍ରଣାଳୀ - ଗ୍ୟାସରେ କଡାଇ ବସାଇ ଘିଅ ଗରମ କରନ୍ତୁ । ଏଥିରେ ଶୁଖିଲା ଲଙ୍କା ଓ ରସୁଣ ପକାନ୍ତୁ । ଏହା ଅଳ୍ପ ଭାଜି ହେବା ପରେ ଏଥିରେ ମଟନ୍ ପକାନ୍ତୁ । ଦଶ ମିନିଟ୍ ଯାଏ ଗୋଳାନ୍ତୁ । ଅଳ୍ପ ଲୁଣ ପକାନ୍ତୁ । ତିନି ଗ୍ଲାସ ପାଣି ଦିଅନ୍ତୁ ଓ ଘୋଡାଇ ଦିଅନ୍ତୁ । ଅଧା ଘଣ୍ଡା ଛାଡି ଦିଅନ୍ତୁ । ମଟନ୍ ସିଝିବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଜଙ୍ଗଲି ମଟନ୍ ।