logo
logo
add image
news image

KBC: 15 ବର୍ଷ ବୟସରେ ଆଠ ଥର ହୋଇଛନ୍ତି ବଳାତ୍କାରର ଶିକାର...ଜାଣନ୍ତୁ ସୁନୀତା କ୍ରିଷ୍ଣନଙ୍କ ପୁରା କାହାଣୀ

 ସୋନି ଟିଭିର ସବୁଠାରୁ ଲୋକପ୍ରିୟ ଶୋ କୌନ୍ ବନେଗା କରୋଡପତିର କର୍ମବୀର ସ୍ପେଶାଲରେ ଏଥର ସୁୁନୀତା କ୍ରିଷ୍ଣନ୍ ଅଂଶ ଗ୍ରହଣ କରୁଛନ୍ତି । ସୁନୀତା ଏମିତି ଜଣେ ମହିଳା ଯିଏ 22ହଜାର ଯୁବତୀ ଓ ମହିଳାଙ୍କୁ ଯୌନ ଶୋଷଣରୁ ମୁକ୍ତ କରିଛନ୍ତି ।

 ସୁନୀତା କେବିସିରେ ନିଜ ଜୀବନର କାହାଣୀ ମଧ୍ୟ କହିଥିଲେ ଯାହା ମନକୁ ଥରାଇ ଦେଇଥାଏ । ସୁନୀତାଙ୍କ କହିବା ଅନୁସାରେ ଯେତେବେଳେ ସୁନୀତା 15ବର୍ଷର ହୋଇଥିଲେ ସେ 8ଜଣ ବ୍ୟକ୍ତି ତାଙ୍କର ବଳାତ୍କାର କରିଥିଲେ । ଏହା ଶୁଣି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 ସୁନୀତା ଯୌନ ଶୋଷଣର ଶିକାର ମହିଳାଙ୍କୁ ମୁକ୍ତ କରି ସେମାନଙ୍କୁ କାମ ଶିଖାଇ ଥାଆନ୍ତି । ଏଥିପାଇଁ ତାଙ୍କ ଉପରେ ସତର ଥର ଆକ୍ରମଣ ମଧ୍ୟ ହୋ୍ଇସାରିଛି । ସୁନୀତାଙ୍କୁ ମଦର ଟେରେସା ଆୱାର୍ଡ ଓ ଲିମକା ବୁକ୍ ଅଫ୍ ରେକର୍ଡରେ ପିପୁଲ୍ ଅଫ୍ ଦି ଇୟର ଆୱାର୍ଡ ମଧ୍ୟ ମିଳିସାରିଛି ।

footer
Top