logo
logo
add image
news image

ଆବଶ୍ୟକତା ଠାରୁ ଅଧିକ କ୍ୟାଲିସିୟମ୍ ଖାଉଥିଲେ... ହୋଇଯାଆନ୍ତୁ ସାବଧାନ

କ୍ୟାଲସିୟମ୍ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । କ୍ୟାଲସିୟମର ଅଭାବରୁ ହାଡ ଦୁର୍ବଳ ହେବା ସହିତ ଦାନ୍ତ ଓ ନଖରେ ବିକାଶରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥାଏ । କିନ୍ତୁ କଣ ଆପଣ ଜାଣନ୍ତି କି ଆବଶ୍ୟକତା ଠାରୁ ଅଧିକ କ୍ୟାଲିସିୟମ୍ ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆଜ୍ଞା ହଁ ଏହା ସତ ଅଟେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲସିୟମ୍ ଖାଇବା ଦ୍ୱାରା କଣ ସବୁ କ୍ଷତି ହୋଇଥାଏ ।
 . ରକ୍ତରେ ଅତ୍ୟଧିକ କ୍ୟାଲସିୟମ୍ ହେବା କାରଣରୁ ଆପଣ କେଲ୍ସୋମିୟା ରୋଗର ଶିକାର ହୋଇପାରନ୍ତି । ଏହି ସ୍ଥିତିରେ ପେରାଥାଇରଏଡ୍ ଗ୍ରନ୍ଥି ପ୍ରଭାବିତ ହୋଇଥାଏ ।
 . ଅତ୍ୟଧିକ କ୍ୟାଲସିୟମ୍ ଶରୀରରେ ଫସଫେଟ୍ ସହିତ ମିଶି ଏକ କେମିକାଲ୍ ତିଆରି କରିଥାଏ । ଏହି କେମିକାଲ୍ ହାଡକୁ ଅତ୍ୟଧିକ ଟାଣ କରିଦିଏ । ଫଳରେ ହାଡ ଶୀଘ୍ର ଭାଙ୍ଗିଯାଏ ।
 . ଅତ୍ୟଧିକ କ୍ୟାଲିସିୟମ୍ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିମୟ ସୃଷ୍ଟି ହୋଇଥାଏ । ଯାହା ଶରୀର ସହିତ ହାଡ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।
 . କ୍ୟାଲସିୟମର ଅବଶୋଷଣ ପାଇଁ ଭିଟାମିନ ଡି  ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଯଦି ଆପଣ କ୍ୟାଲସିୟମ୍ ଖାଉଛନ୍ତି କିନ୍ତୁ ଭିଟାମିନ୍ ଡି ଖାଉନାହିନ୍ତି ତେବେ ଏହା ହାଡ ପାଇଁ ଲାଭଦାୟକ ହୋଇନଥାଏ ।
 . ଅତ୍ୟଧିକ କ୍ୟାଲସିୟମ୍ ଖାଇବା କେବଳ ହାଡ ପାଇଁ କ୍ଷତିକାରକ ହୋଇନଥାଏ ବରଂ ଏହା କିଡନୀରେ ଷ୍ଟୋନର ମଧ୍ୟ କାରଣ ହୋଇଥାଏ । ଅତ୍ୟଧିକ କ୍ୟାଲସିୟମ୍ ବ୍ରେନ୍ ଡ୍ୟାମେଡର ମଧ୍ୟ କାରଣ ହୋଇଥାଏ ।

footer
Top