logo
logo
add image
news image

ଛତୁ ବେସର

ଆବଶ୍ୟକୀୟ ସାମଗ୍ରୀ - ଛତୁ,କଟା ଆଳୁ,କଟା ପିଆଜ,କଟା ଟମାଟୋ,ଦୁଇ ଚାମଚ ସୋରିଷ,ଅଧା ଚାମଚ ଜିରା,ରୁସୁଣ,ଶୁଖିଲା ଲଙ୍କା,ସୋରିଷ ତେଲ,ଫୁଟଣ,ହଳଦୀଗୁଣ୍ଡ,ଲଙ୍କାଗୁଣ୍ଡ,ଲୁଣ

 ପ୍ରଣାଳୀ - ପ୍ରଥମେ ଦୁଇ ଚାମଚ ସୋରିଷ,ଅଧା ଚାମଚ ଜିରା,ରୁସୁଣ,ଶୁଖିଲା ଲଙ୍କାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏବେ ଗ୍ୟାସ ଲଗାଇ କଡାଇରେ ଅଳ୍ପ ତେଲ ଗରମ କରିବା । ତେଲରେ ଛତୁ,ହଳଦୀଗୁଣ୍ଡ,ଲୁଣ ପକାଇ ଭାଜନ୍ତୁ । ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ । ଏବେ ପ୍ୟାନରେ ତେଲ ପକାଇ ସେଥିରେ ଫୁଟଣ ପକାନ୍ତୁ । ଫୁଟଣ ଫୁଟିବା ପରେ ସେଥିରେ କଟା ପିଆଜ ପକାନ୍ତୁ । ଏବେ ଟମାଟୋ ପକାନ୍ତୁ । ଏସବୁ ଭଲରେ ଭାଜି ହେବା ପରେ ସେଥିରେ ବଟା ବେସର ଦୁଇ ଚାମଚ ପକାନ୍ତୁ । କମ୍ ଆଞ୍ଚରେ ଅଧା ମିନିଟ୍ କସିବା ପରେ ଏଥିରେ ଅଧା ଚାମଚ ହଳଦୀଗୁଣ୍ଡ ଓ ଅଧା ଚାମଚ ଲଙ୍କାଗୁଣ୍ଡ ପକାନ୍ତୁ । ଅଧା ଗ୍ଲାସ ପାଣି ଦେଇ କସନ୍ତୁ । ଏହା ଫୁଟିବା ପରେ କଟା ଆଳୁକୁ ପକାଇ ଘୋଡାଇ ଦିଅନ୍ତୁ । ପା଼ଞ୍ଚ ମିନିଟ୍ ପରେ ଭଜା ଛତୁ ଓ ଲୁଣ ପକାଇ ଦିଅନ୍ତୁ । ଆଉ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ । ପାଞ୍ଚ ମିନିଟ୍ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଛତୁ ବେସର ।

footer
Top