logo
logo
add image
news image

ମନାଲି ଯାଉଛନ୍ତି ରଣବୀର ଓ ଆଲିୟା...ଜାଣନ୍ତୁ ଏହା ପଛର କାରଣ

ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁର ନିଜର ଅପକମିଙ୍ଗ ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ଚର୍ଚ୍ଚାରେ ଅଛନ୍ତି । ନିଜ ଆଫେୟାରକୁ ନେଇ ଏହି ଯୋଡି ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ଫିଲ୍ମର ସୁଟିଙ୍ଗ ପାଇଁ ଆଲିୟା ଓ ରଣବୀର ବୁଲଗେରିୟା ଓ ବାରାଣାସୀ ଯାଇ ଆସିଲେଣି । ପ୍ରଥମ ଥର ଏହି ଯୋଡି ଗୋଟିଏ ଫିଲ୍ମରେ ଏକାଠି ନଜର ଆସିବେ । ଅୟାନ୍ ମୁଖର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ପାଇଁ ଦର୍ଶକ ମଧ୍ୟ ଖୁବ୍ ଉତ୍ସୁକ ଅଛନ୍ତି ।

 ଖୁବ ଶୀଘ୍ର ଆଲିୟା ଓ ରଣବୀର ଫିଲ୍ମର ସୁଟିଙ୍ଗ ପାଇଁ ମନାଲି ଯାଉଛନ୍ତି । ଖବର ଅନୁସାରେ ମନାଲିର ସୁନ୍ଦର ପରିବେଶରେ ଫିଲ୍ମର ସୁଟିଙ୍ଗ ହେବ, ଯାହା ରଣବୀରଙ୍କ ଜୀବନରେ ମୁଖ୍ୟ ଅଂଶ ରହିବ ।

 ଖବର ଅନୁସାରେ ରଣବୀର ମନାଲିର ଯେଉଁ ସ୍ଥାନରେ ସୁଟିଙ୍ଗ କରିବେ ସେହି ସ୍ଥାନ ଫିଲ୍ମର ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ ଅଟେ । ବ୍ରହ୍ମାସ୍ତ୍ରର ସୁଟିଙ୍ଗ ପାଇଁ ସ୍କ୍ରିନ୍ ପ୍ଲେ ଓ କାହାଣୀ ଉପରେ ବିଶେଷ ଧ୍ୟାନ୍ନ ଦିଆଯାଇଛି ।

footer
Top