logo
logo
add image
news image

Birthday Special : ଧର୍ମେନ୍ଦ୍ରଙ୍କ ପ୍ରେମରେ ପାଗଳ ହେମାମାଳିନୀ ପ୍ରେମ ପାଇଁ ବଦଳାଇଥିଲେ ନିଜର ଧର୍ମ

ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ଆଜି ନିଜର 71ତମ ଜନ୍ମଦିନ ପାଳନ କରୁଛନ୍ତି । ହେମାମାଳିନୀ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ନିଖୁଣ । ନିଜର ଅଭିନୟର ଯାଦୁରେ ସେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଜି ହେମାଙ୍କ ଜନ୍ମଦିନ ଅବସରରେ ଜାଣିବା ହେମାଙ୍କ ଜୀବନ ବିଷୟରେ କିଛି ଅଜଣା କଥା...

 1964ରେ ହେମାମାଳିନୀଙ୍କୁ ତାମିଲ୍ ଡାଇରେକ୍ଟର ସିୱି ଶ୍ରୀଧର ରିଜେକ୍ଟ କରିଦେଇଥିଲେ,ତାଙ୍କ କହିବା ଅନୁସାରେ ହେମାଙ୍କ ଭିତରେ ହିରୋଇନ୍ ହେବା ପରି କୌଣସି ଗୁଣ ନଥିଲା । 1965ରେ ହେମାମାଳିନୀ ପାଣ୍ଡବା ବନବାସମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । 

 ଯଦି ହେମାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ତେବେ ହେମା ଓ ଧର୍ମେନ୍ଦ୍ରଙ୍କ ଦେଖା ପ୍ରଥମ ଥର ଫିଲ୍ମ 'ତୁମ୍ ହସିନ୍ ମେ ଜବାନ୍' ର ସୁଟିଙ୍ଗ ସେଟରେ ହୋଇଥିଲା ।  ଏହାପରେ ଏହି ଯୋଡି 40ଟି ଫିଲ୍ମରେ ଏକାଠି କାମ କଲେ । ଯେତେବେଳେ ହେମାମାଳିନୀଙ୍କୁ ଧର୍ମେନ୍ଦ୍ରଙ୍କ ସହିତ ପ୍ରେମ ହେଲା ସେତେବେଳେ ଧର୍ମେନ୍ଦ୍ର ବିବାହିତ ଓ ଚାରୋଟି ପିଲାଙ୍କର ପିତା ଥିଲେ । ଧିରେ ଧିରେ ଏହି ପ୍ରେମ ବଢିବାକୁ ଲାଗିଲା ଓ ଦୁହେଁ ବିବାହ କରିବାକୁ ନିଷ୍ପତି ନେଲେ । ତେବେ ବିବାହ ପାଇଁ ହେମା ଓ ଧର୍ମେନ୍ଦ୍ରଙ୍କୁ ନିଜର ଧର୍ମ ପରିବର୍ତ୍ତନ କରିବାକୁ ପଡିଥିଲା । ଏଥିପାଇଁ ହେମା ନିଜର ନାଁ ଆୟେଶା ବି ରଖିଥିବା ବେଳେ ଧର୍ମେନ୍ଦ୍ର ନିଜର ନାଁ ଦିଲାବର ଖାନ୍ କରିଥିଲେ । 

footer
Top