logo
logo
add image
news image

ଦାମୀ ଦାମୀ ସ୍ମାର୍ଟ ଫୋନ୍ କିଣୁଥିବା ଲୋକ ହୋଇଯାଆନ୍ତୁ ସାବଧାନ... ହରାଇପାରନ୍ତି ଆପଣଙ୍କ ଆଖିର ଦୃଷ୍ଟିଶକ୍ତି

ସ୍ମାର୍ଟଫୋନ୍ ଆଜି ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଏହା ବିନା ଜୀବନ ଯେମିତି ଅଧୁରା । ଦିନର ସବୁ କାମ ଆମେ ଏହି ଫୋନ୍ ଦ୍ୱାରା ଆମେ କରୁଛୁ, ସେ ସପିଙ୍ଗ ହେଉ କିମ୍ବା ଅନ୍ୟ କୌଣସି କାମ । କିନ୍ତୁ କଣ ଆପଣ ଜାଣନ୍ତି କି ସ୍ମାର୍ଟଫୋନର ଯେତିକି ଉପକାରୀ ସେତିକି କ୍ଷତିକାରକ ମଧ୍ୟ । 

 ଆଜିର ସମୟରେ ଯୁବବର୍ଗ ଯେପରି ସ୍ମାର୍ଟଫୋନର ଅଭ୍ୟସ୍ତ ହୋଇଗଲେଣି । ସ୍ମାର୍ଟଫୋନର ବ୍ଲୁ ଲାଇଟ୍ ସବୁବେଳେ ଅାଖିରେ ପଡିଥାଏ, ଯାହାକି ଅାଖିର ରେଟିନା ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହି ଲାଇଟ୍ ଆମ ଦୃଷ୍ଟି ଶକ୍ତିକୁ ଧୀରେ ଧୀରେ କମାଇବାକୁ ଲାଗେ । ବ୍ଲୁ ଲାଇଟ୍ ଆମ ଆଖିର ଫଟେରିସେପ୍ଟର ସେଲ୍ସରେ ବିଷାକ୍ତ ରାସାୟନିକ ମଲିକ୍ୟୁଲକୁ ଟ୍ରିଗର କରିଥାଏ, ଯାହା ସେଲକୁ ମାରିଦିଏ । ଆଖିର ଏହି ସମସ୍ୟାକୁ ମେକ୍ୟୁଲର ଡିଜେନେରେସନ୍ କୁହାଯାଏ । ଏହି ରୋଗର କୌଣସି ଚିକିତ୍ସା ମଧ୍ୟ ନାହିଁ । ଅନ୍ଧାରରେ ମୋବାଇଲ୍ ଚଲାଇବା ଦ୍ୱାରା ଏହାର ଅଧିକ କୁପ୍ରଭାବ ଅାଖି ଉପରେ ପଡିଥାଏ । 

footer
Top