ONL BUREAU : ଜିଓର ଗ୍ରାହକମାନଙ୍କୁ ଜିଓ ନେଟୱାର୍କ ଛାଡି ଅନ୍ୟ ଯେକୌଣସି ନେଟୱାର୍କକୁ ଭଏସ କଲ ପାଇଁ ଏଣିକି ପ୍ରତି ମିନିଟ ପିଛା 6 ପଇସା ଦେବାକୁ ପଡିବ, କିନ୍ତୁ ସମାନ ଟଙ୍କାର ମୂଲ୍ୟରେ ଫ୍ରି ଡାଟା ଦେବା ସହ ଜିଓ ଏହାକୁ ସନ୍ତୁଳିତ ମଧ୍ୟ କରିବାକୁ ଯାଉଛି । ତେବେ ଏହାକୁ ଜିଓ ଗ୍ରାହକ ନାପସନ୍ଦ କରିଛନ୍ତି ।
ଜିଓ ପକ୍ଷରୁ ଜାରି ବୟାନ ଅନୁସାରେ ଯେଉଁ ପର୍ଯ୍ୟନ୍ତ ଟେଲିକମ ପରିଚାଳକଙ୍କୁ ନିଜର ଗ୍ରାହାକଙ୍କ ଦ୍ୱାରା ଅନ୍ୟ ପରିଚାଳକଙ୍କ ନେଟୱାର୍କରେ କରାଯାଇଥିବା ମୋବାଇଲ ଫୋନ କଲ ପାଇଁ ଚାର୍ଜର ଆବଶ୍ୟକତା ପଡିବ, ସେ ପର୍ଯ୍ୟନ୍ତ 6 ପଇସା ପ୍ରତି ମିନିଟ ଚାର୍ଜ ଲାଗୁ ରହିବ । ଏହି ଚାର୍ଜ ଜିଓର ଗ୍ରାହାକଙ୍କ ଦ୍ୱାରା ଅନ୍ୟ ଜିଓ ନମ୍ୱରକୁ କରାଯାଉଥିବା କଲ ଏବଂ ହ୍ୱାଟ୍ସଆପ, ଫେସଟାଇସ ଅବା ଏପରି ଅନ୍ୟ ପ୍ଲାଟଫର୍ମର ଉପଯୋଗ କରି କରାଯାଉଥିବା ଫୋନ କଲ ଏବଂ ଲ୍ୟାଣ୍ଡଲାଇନ କଲ ଉପରେ ଲାଗୁ ହେବ ନାହିଁ ।କଲ ଟର୍ମିନେଶନ ଚାର୍ଜ ସହ ଜଡିତ ଥିବା ନିୟମ ଗୁଡିକର ଅନିଶ୍ଚତା କାରଣରୁ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହାକଙ୍କ ଠାରୁ କଲିଂ ଚାର୍ଜ ନେବା ପାଇଁ ବୁଧବାର ଦିନ ଘୋଷଣା କରିଛି । ତେବେ ଇନକିମିଙ୍ଗ କଲ ପାଇଁ ଗ୍ରାହାକଙ୍କୁ କୌଣସି ଦେୟ ଦେବାକୁ ପଡିବନି ।