logo
logo
add image
news image

ଫୋନକୁ ଶୀଘ୍ର ଚାର୍ଜ କରିବାକୁ ଚାହୁଁଛନ୍ତି କି... ଆପଣାନ୍ତୁ ଏହି ଉପାୟ

ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି । ଏହା ଆମକୁ ଯେତିକି ସୁବିଧା ଦେଇଥାଏ, ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ବିଶେଷକରି ଚାର୍ଜକୁ ନେଇ ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫୋନ୍ ସ୍ଲୋ ଚାର୍ଜ ହେବା ଦ୍ୱାରା ୟୁଜର୍ସ ବହୁତ ହଇରାଣ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ସମସ୍ୟାର ସମାଧାନ ବିଷୟରେ ଜଣାଇବୁ । ଫୋନରେ କେବଳ ଗୋଟିଏ ସେଟିଙ୍ଗ ପରିବର୍ତ୍ତନ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । 
 ପ୍ରଥମେ ସେଟିଙ୍ଗକୁ ଯାଆନ୍ତୁ । ଏହାପରେ About Phoneକୁ ଯାଆନ୍ତୁ, ଏଠାରେ ଆପଣଙ୍କୁ Build Versionର ଅପସନ୍ ଦେଖାଯିବ, ଏହା ଉପରେ ସାତ ଆଠଥର କ୍ଲିକ୍ କରନ୍ତୁ  । ଫଳରେ Devoloper Option ଓପନ୍ ହୋଇଯିବ । ଏହାପରେ ଆପଣ  Devoloper Option ଉପରେ କ୍ଲିକ୍ କରନ୍ତୁ,  ଫଳରେ ଆପଣଙ୍କୁ USB Configurtion ଦେଖାଯିବ । ଏବେ ଏହି ଅପସନ୍ ଉପରେ କ୍ଲିକ୍ କରନ୍ତୁ । 
 USB Configurtionରେ ମିଡିଆ ଟ୍ରାନ୍ସଫର ପ୍ରୋଟୋକଲ୍ ଡିଫଲ୍ଟ ସିଲେକ୍ଟ ହୋଇଥାଏ । ଏହା ଦ୍ୱାରା ଫୋନ୍ ଚାର୍ଜ ହୋଇଥାଏ । ଏହି ଅପସନ୍ କୁ ବଦଳାଇ ଚାର୍ଜିଙ୍ଗର ଅପସନ୍ ସିଲେକ୍ଟ କରନ୍ତୁ । ଏବଂ ଫୋନକୁ ଫ୍ଲାଇଟ୍ ମୋଡ କରି ଚାର୍ଜରେ ବସାନ୍ତୁ । ଏହାଦ୍ୱାରା ଫୋନ୍ ଜଲଦି ଚାର୍ଜ ହେବ । 
footer
Top